• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଦିନିକିଆ ତାଳଚେର ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Bymamatanews

May 23, 2025
Spread the love

ଅନୁଗୋଳ (୨୩/୦୫/୨୦୨୫) : ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସଂସଦ, ସମ୍ବଲପୁର ତାଳଚେର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଦିନିକିଆ ତାଳଚେର ଗସ୍ତରେ ଆସି ଆଜି ଅପରାହ୍ନରେ ମହୁଲପାଲି ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ଭୁମି ପୂଜନ କରିବା ସହ ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟ ଠାରେ ଅସ୍ଥାୟୀ କ୍ୟାମ୍ପସର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଗୋପିନାଥପୁର ଓ୍ୱାଡ ନମ୍ବର ୧୬ ଠାରେ ୯୫.୬୭ ଲକ୍ଷ ଟଙ୍କା ବ୍ୟୟରେ ଶ୍ମଶାନ ଗୃହ ନିର୍ମାଣର ଶୁଭାରମ୍ଭ, ଏଫ ଏସ୍ ଟି ପି-୨ ୱାର୍ଡ ନମ୍ବର ୧୧ ଠାରେ ୮୪.୯୮ ଲକ୍ଷ ଟଙ୍କା ବ୍ୟୟରେ ପ୍ରଶାସନିକ ବ୍ଳକ ନିର୍ମାଣର ଶୁଭାରମ୍ଭ, ରାମଚନ୍ଦ୍ର ବଜାର ଠାରେ ୪୯.୯୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପର ଭିଭିପ୍ରସ୍ତର, ୪୫.୭୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଘୋଡାଶାଳ ଗେଟର ପୁନଃ ନବିକରଣର ଭିତ୍ତ ପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ତାଳଚେର ମହାବିଦ୍ୟାଳୟ ପଡିଆ ଠାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ ।

ଏହାପରେ ଅପରେସନ ସିନ୍ଦୁରରେ ଭାରତୀୟ ସେନା ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଥିବାରୁ ଭାରତୀୟ ସେନାକୁ କୃତଜ୍ଞତା ସହିତ ସମର୍ଥନ ଜଣାଇବା ପାଇଁ ଏକ ବିରାଟ ପରାକ୍ରମ ଶୋଭାଯାତ୍ରା ତାଳଚେର ମହାବିଦ୍ୟାଳୟ ପରିସରରୁ ବାହାରି ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସଂସଦଙ୍କ ଗସ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମାନ୍ୟବର ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପରଜଙ୍ଗ ବିଧାୟକ ଶ୍ରୀ ବିଭୁତି ଭୂଷଣ ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର , କେନ୍ଦ୍ରୀୟ ବିଦ୍ୟାଳୟର ଉପ ଆୟୁକ୍ତ ଡଃ ଏସ ବୋଷ, ବିଭିନ୍ନ ବିଭାଗୀୟ ଅଧିକାରୀ, ମହାବିଦ୍ୟାଳୟର ଅଧ୍ୟାପିକା,ଅଧ୍ୟାପକଙ୍କ ସମେତ ବହୁ ସଂଖ୍ୟାରେ ଜନସାଧାରଣ, ଛାତ୍ର ଛାତ୍ରୀ ଏବଂ ଗଣମାଧ୍ୟମର ପ୍ରତିନିଧ୍ବ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *