• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମୁର୍ଗା ମହାଦେବ ରାସ୍ତାର ନବୀକରଣ ପାଇଁ ତତ୍ପରତା ଦେଖାଇଲା ପ୍ରଶାସନ

Bymamatanews

Jul 23, 2025
Spread the love

୪ କମ୍ପାନୀ ୮ ଦିନ ମଧ୍ୟରେ ତିଆରି କରିବେ ଆସ୍ଥାୟୀ ରାସ୍ତା

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଯୋଡ଼ା ବ୍ଲକ ଦେଓଝର ପଞ୍ଚାୟତ ଅନ୍ତର୍ଗତ ବିଲେଇପଦା ଠାରୁ ମୁର୍ଗା ମହାଦେବ ରାସ୍ତା ରେ ପ୍ରତ୍ୟେକ ଦିନ ହଜାର ହଜାର ଭରିଯାନ ଚାଲୁଥିବାରୁ ବର୍ଷା ଦିନରେ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି।ଶ୍ରାବଣ ମାସରେ ମହାଦେବ ଙ୍କୁ ଜଳାଅଭିଷେକ କିରିବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଏହି ରାସ୍ତାରେ ଜାଆସ କଲାବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳେ।ସୂଚନା ଅନୁଯାୟୀ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରୁ ୨୨ କୋଟି ୧୪ ଲକ୍ଷ ଅନୁମୋଦନ ହୋଇଥିଲେ ସୁଦ୍ଧା କିତାବେଡା ଏବଂ ସିଆଲ ଯୋଡ଼ା ଗ୍ରାମରେ ଗ୍ରାମସଭା ସଫଳ ହୋଇପାରିନଥିବା ଯୋଗୁଁ ନୂତନ ରାସ୍ତାର ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଭାବେ ୨୦୨୦ ମସିହାରୁ ବନ୍ଦ ରହିଛି। ଅଞ୍ଚଳବାସୀ ଙ୍କ ଅସୁବିଧା ଏବଂ ଶ୍ରଦ୍ଧାଳୁ ଙ୍କ ସୁରକ୍ଷା କୁ ପ୍ରାଧାନ୍ୟ ଦେଇ ପ୍ରଶାସନ ଏହି ପରିପେକ୍ଷି ରେ ତତ୍ପରତା ଦେଖାଇ ମଙ୍ଗଳବାର ଦିନ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଙ୍କ ଅଧ୍ୟକ୍ଷତାରେ ମୁର୍ଗମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ ଆଯୋଜନ ହୋଇଥିଲା।ଏହି ବୈଠକରେ ରାସ୍ତାର କିପରି ତୁରନ୍ତ ନବୀକୋରଣ ସହ ମରାମତି କରାଯିବ ସେ ନେଇ ଵିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ସଭାରେ ଉପଜିଲ୍ଲାପାଳ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ,ତ୍ରିବେଣୀ ଆର୍ଥ ମୁଭର୍ସ ଏବଂ କ୍ରାକର୍ସ ଇଣ୍ଡିଆ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ୮ ଦିନ ଭିତରେ ୧୦ ମିଟର ଚଉଡା ରାସ୍ତାର ନୋବିକରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।କମ୍ପାନୀ କର୍ତ୍ତୃପକ୍ଷ ମାନେବି ଏହି ପ୍ରସ୍ତାବ ରେ ରାଜି ହୋଇଥିଲେ। ରାସ୍ତା କାମର ଗୁଣବତ୍ତା ଏବଂ କମ୍ପାନୀ ମାନେ କୋଉ ଅନୁପାତ ରେ ରାସ୍ତା କାମ କରୁଛନ୍ତି ତାହାର ତତ୍ୱାବଧାନ କରିବା ପାଇଁ ପି.ଡବ୍ଲୁ.ଡି ବିଭାଗ ର ବୁଦ୍ଧିଆ ମାରାଣ୍ଡି ଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଶ୍ରାବଣ ମାସର ଆଗକୁ ବଞ୍ଚିଥିବା ସୋମବାର ରେ ଭକ୍ତ ମାନଙ୍କ ପାଇଁ ଲାଇଟ,ଆଶ୍ରୟ ସ୍ଥଳ, ବ୍ୟାପକ ସିକୁରିଟି ଗାର୍ଡ,ଖାଇବା ବ୍ୟବସ୍ଥା ଇତ୍ୟାଦି କୁ ଗୁରତ୍ୱ ଦେବା ପାଇଁ କମ୍ପାନୀ ମାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ଯେଉଁଥିରେ କମ୍ପାନୀ ମାନେ ବ୍ୟବସ୍ତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ପରିଶେଷରେ ଯୋଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାନିଷ ବେହେରା ସଭା ସାଙ୍ଗ କରିଥିଲେ।ଏହି ବୈଠକରେ ବଡ଼ବିଲ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ , ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ଯୋଡାଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ,ଦେଓଝର ସରପଞ୍ଚ ଧ୍ରୁବ ଚରଣ ନାଏକ,ନାଏବ ସରପଞ୍ଚ କାଦମ୍ବିନୀ ନାଏକ,ସମିତି ସଭ୍ୟା ଲକ୍ଷ୍ମୀ ମୁଣ୍ଡା, ୱାର୍ଡ ମେମ୍ଵର ବନିତା ବେହେରା,ଆଇନଜୀବୀ ରମେଶ ପ୍ରଧାନ, ପୁର୍ବତନ ସରପଞ୍ଚ ମଙ୍ଗଲ ମୁଣ୍ଡା, ସମିତି ସଭ୍ୟ ଯୁଧିଷ୍ଠିର ପଲେଇ, ଜିଲ୍ଲାପରିଷଧ ତଥା ମୁର୍ଗା ମନ୍ଦିର କମିଟି ସଦସ୍ୟ ବୀର ନାଏକ,ବାବୁଆ ବାନା, ଜଗନ୍ନାଥ ପାଣିଗ୍ରାହୀ ସମେତ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *