ସି ସି ଟିଭି ଫୁଟେଜ କୁ ନେଇ ପୁଲିସ ତନାଘନା ଜୋରଦାର
ଅନୁଗୋଳ ଜିଲ୍ଲା ମହୀଧରପୁର ଓ ଏହାର ଆଖାପାଖ ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି । ପୁଲିସର କର୍ମଚାରୀଙ୍କ ଉତମ ଯୋଗସୂତ୍ର ଅଭାବରୁ ଏହିପରି ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଲୋକେ ନିଜକୁ ଅସୁରକ୍ଷିତ ମନେ କଲେଣି । ଲୋକେ ବାଡି କାମ କରୁଥିବା ବେଳେ ଚୋର ଘରେ ପଶି ସୁନାଗହଣା ଲୁଟି ନେଲେଣି । ସେହିପରି ରାତିରେ ଗୋଟିଏ ଘରେ ଶୋଇଥିବା ବେଳେ ଅନ୍ୟ ଘରୁ ଚୋରି ହେଲାଣି । ସୋମବାର ଦିନ ଦ୍ୱିପହରେ ମହୀଧରପୁର ପେଟ୍ରୋଲ ପମ୍ପ ନିକଟ ଅଭିରାମ ସାହୁଙ୍କ ଘରୁ ୩ ଭରି ସୁନା ଓ ୨୦ ହଜାର ଟଙ୍କା ଲୁଟିଛନ୍ତି । ଚୋର ଚୋରି କରୁଥିବା ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଯେଉଁମାନେ ଚୋରି କରିଛନ୍ତି ସେମାନେ ପୂର୍ବରୁ ଦୁଇ ଥର ଭିକ ମାଗିବା ପାଇଁ ତାଙ୍କ ଘରକୁ ଆସିଛନ୍ତି । ପରିବାର ସଦସ୍ୟଙ୍କ ଗତିବିଧି ଲକ୍ଷ୍ୟ କରିଛନ୍ତ । ଏହାସହ ତୃତୀୟ ଥର ଆସି ଚୋରି କରିଛନ୍ତି । ତେବେ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ସି ସି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।
