• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ ଢେଙ୍କାନାଳ ଜିଲ୍ଲା କମିଟି ଦ୍ଵାରା ଜିଲାପାଳଙ୍କ ଅଫିସ୍ ଘେରାଉ

Bymamatanews

Sep 23, 2024
Spread the love

ଢେଙ୍କାନାଳ (୨୩/୦୯/୨୦୨୪) : କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଆହ୍ଵାନରେ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ୨୩ ସେପ୍ଟେମ୍ବର ଦେଶ ବ୍ୟାପୀ କଳା ଦିବସ ପାଳନ ଅବସରରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

ଢେଙ୍କାନାଳ ଜିଲ୍ଲା ଅଖିଳ ଭାରତ ଟ୍ରେଡ ୟୁନିୟନ କଂଗ୍ରେସ କମିଟି ଶତାଧିକ ସଦସ୍ୟ ଶ୍ରମ କୋଡ଼ ବିରୋଧରେ ସ୍ଲୋଗାନମାନ ଦେଇ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଏହି ଦାବୀ ପୁରାଣ କରାଯିବା ଆଶା ମଧ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ରବି ରଥ, ନାରାୟଣ ନାୟକ, ହରପ୍ରିୟା ସ୍ବାଇଁ, ସୁଜାତା ନାୟକ, ଭାରତୀ ନାୟକ, ମଳୟ ମଞ୍ଜରୀ ଜେନା ଓ ଶତାଧିକ କର୍ମୀ ଯୋଗଦେଇଥିଲେ

Leave a Reply

Your email address will not be published. Required fields are marked *