• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜନ ଶୁଣାଣି ଶିବିର ରେ ମହିଳା ଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ କାବୁ କଲା ପୋଲିସ

Bymamatanews

Sep 23, 2024
Spread the love

ଜଗତସିଂହପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥପୁର ବ୍ଲକ ପରିସରରେ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରଘୁନାଥପୁର ଅଞ୍ଚଳ ର କନକ ଲତା ଜେନା ନାମକ ଜଣେ ମହିଳା ଦେହରେ ପେଟ୍ରୋଲ ଢାଳି ହୋଇ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରିଥିବା ସମୟରେ ପୋଲିସ ମହିଳାଙ୍କୁ କାବୁ କରି ନିଜ ହିପାଜତରେ ରଖିଥିଲା | ମହିଳା କ ଚଉଦ ବର୍ଷର ନାବାଳିକା ଝିଅ ଅନେକ ଦିନ ହେବ ଅପହରଣ ହୋଇଥିଲା |କନକ ଲତା ଏ ସମ୍ପର୍କ ରେ ରଘୁନାଥପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲା | ପୋଲିସ ଅଭିଯୋଗ କୁ ଭିତ୍ତି କରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା |ରଘୁନାଥପୁର ପୋଲିସ ର କାର୍ଯ୍ୟକଳାପ କୁ ବିରୋଧ କରି ଜ଼ିଲ୍ଲା ପ୍ରଶାସନ ଦ୍ୱାରା ଜନ ଶୁଣାଣି ଶିବିର ଚାଲିଥିବା ବେଳେ କନକଲତା ଦେହରେ ପେଟ୍ରୋଲ ଢାଳି ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରିଥିଲା | ଶେଷରେ କନକ ଲତାକୁ ପୋଲିସ କାବୁ କରି ନିଜ ହିପାଜତ ରେ ରଖିଛି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *