ଅଭିଯୋଗକାରୀ ସମ୍ପୂର୍ଣ୍ଣ ଚିକିତ୍ସାଳୟ କତୃପକ୍ଷଙ୍କୁ ଦୋଷ ଦେବା ସହ ଥାନାରେ କଲେ ଲିଖିତ ଅଭିଯୋଗ
ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ମୟୁରକାଛେଣି ଗ୍ରାମର ଜିତେନ୍ କୁମାର ନାୟକ ଆଜି ଅନୁଗୋଳ ସଦର ଥାନରେ ଅଭିଯୋଗ କରିଛନ୍ତି କି ପ୍ରସବ ସମୟରେ ଚିକିତ୍ସା ଅବହେଳାରୁ ତାଙ୍କ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି।

ଅଭିଯୋଗକାରୀଙ୍କ ସୂଚନା ମୁତାବକ ଗତ ୧୯ ତାରିଖ ଅପରାହ୍ନ ଚାରିଟା ବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ଥିବାରୁ ପେଟ ଯନ୍ତ୍ରଣା ହେବାରୁ କରଡାଗାଡିଆରେ ଥିବା ସରୋଜିନୀ ହସ୍ପିଟାଲରେ ଡାକ୍ତରଙ୍କୁ ଗର୍ଭବତୀ ଥିବା ବେଳେ ପ୍ରଥମରୁ ଚିକିତ୍ସା କରାଉଥିବା ରୁ । ତେଣୁ ସେହି ମେଡିକାଲ ରେ ଭର୍ତ୍ତି କରିଥିଲେ।

ତେଣୁ ଦୁଇ ଦିନ ଧରି ପେଟ ବାରମ୍ବାର ଯନ୍ତ୍ରଣା ହେବାରୁ ଜିତେନ ନର୍ସ ମାନଙ୍କୁ କାକୁତି ମୀନତି ହୋଇ ଅଭିଯୋଗ କରିଥିଲେ ମଧ୍ୟ ନର୍ସ ମାନେ ସବୁ ଠିକ୍ ଅଛି ବୋଲି କହିଥିଲେ ।ଯଦି ସବୁ ଠିକ୍ ଠାକ୍ ଥିଲା ତେବେ କଣ ଏମିତି ଅସୁବିଧା ହେଲା ଜେ ଅପରେସନ ପରେ ମଧ୍ଯ ଦୁଇ ଶିଶୁ ଙ୍କୁ ମୃତ୍ୟୁ ଘଟିଥିଲା।

ଏହିପରି ଅଭିଯୋଗ କୁ ନେଇ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଅଧିକାରୀ ମାନେ ସରୋଜିନୀ ହସ୍ପିଟାଲରେ ପହଞ୍ଚି ତଦନ୍ତ କରୁଥିବାର ନଜରରେ ରହିଛି ।
