• Mon. Oct 27th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ବାଲ୍ୟ ବିବାହ ନିରୋଧ ପାଇଁ ଦୀପ ଉତ୍ସବ ଅନୁଷ୍ଠିତ

Bymamatanews

Oct 23, 2025
Spread the love

ବିଶ୍ଵ ଯୁବ କେନ୍ଦ୍ର,ବଣିନାଳୀ ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜସ୍ଟିସ ପ୍ରକଳ୍ପ ମାଧ୍ୟମରେ ବିଭିନ୍ନ ଗ୍ରାମ ରେ ବାଲ୍ୟ ବିବାହ ଭଳି କୁପ୍ରଥା କିପରି ଆମ ସମାଜ ରୁ ବିଲୁପ୍ତ ହୋଇପାରିବ ସେଥିପାଇଁ ଏକ ଦୀପl ବଳି ରେ ଅରାହାଟ , ଜୁହାରପୁର, ସିମିଲିଛୁଇ, ଅଙ୍ଗାରବନ୍ଧ ୧୦ ଟି ଗ୍ରାମ ରେ ଦୀପ ଜାଳି ବାଲ୍ୟ ବିବାହ ଓ ସପଥ ପାଠ“ଆମର ଶାସ୍ତ୍ରଗୁଡ଼ିକରେ ଘରର ଲକ୍ଷ୍ମୀ, ସମୃଦ୍ଧି ଏବଂ ଆଶୀର୍ବାଦର ପ୍ରତୀକ ଭାବରେ ଝିଅମାନଙ୍କର ଭୂମିକାକୁ ସମ୍ମାନ କରାଯାଏ।

ସେମାନଙ୍କୁ ବାଲ୍ୟବିବାହ ପାଇଁ ବାଧ୍ୟ କରିବା ଏହି ପବିତ୍ର ବିଶ୍ୱାସକୁ ଅପମାନିତ କରେ। , ଆମକୁ ସେମାନଙ୍କୁ ସୁରକ୍ଷା ଦେବାକୁ ପଡିବ, ସେମାନଙ୍କର ପ୍ରତିଭାକୁ ପୋଷଣ କରିବାକୁ ପଡିବ ଏବଂ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ କରିବା ପାଇଁ ସୁଯୋଗ ଦେବାକୁ ପଡିବ। ବାଲ୍ୟବିବାହ ବନ୍ଦ କରିବା କେବଳ ଝିଅମାନଙ୍କୁ ସୁରକ୍ଷା ଦେବା ନୁହେଁ, ବରଂ ଭାରତର ଭବିଷ୍ୟତକୁ ମଧ୍ୟ ସୁରକ୍ଷା ଦେବl କାର୍ଯ୍ୟକ୍ରମ କୁ ସୋନାଲିସା ଶବର, ଲକ୍ଷ୍ମୀ ବେହେରା ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *