ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧ୍ ଅକ୍ଷକଙ୍କ କାର୍ଯାଳୟ ସମ୍ମିଳନୀ କକ୍ଷ୍ୟରେ ନିଖୋଜି ଅବା ହଜିଯାଇଥିବା ମୋବାଇଲ୍ ହସ୍ତାନ୍ତର ମେଳା ଆୟୋଜନ କରାଯାଇଥିଲା। ଯେଉଁଠାରେ ନିଖୋଜ ହୋଇଥିବା ୧୦୧ ଟି ସ୍ମାର୍ଟ ମୋବାଇଲ ଫୋନ୍ ଉଦ୍ଧାର କରାଯାଇ ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଇଛି । Samsung, Realme, Vivo, Oppo, Redmi, One Plus ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ବିଭିନ୍ନ ଭଳି କି ଭଳି ସ୍ମାର୍ଟ ଆଣ୍ଡ୍ରଏଡ ଫୋନ ଗୁଡିକ ଉଦ୍ଧାର କରାଯାଇଛି ।
ଉଦ୍ଧାର ହୋଇଥିବା ମୋବାଇଲ୍ ଫୋନ୍ର ଆନୁମାନିକ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି। ତେବେ ଅନୁଗୋଳ ପୋଲିସ ର ଏହିପରି ପଦକ୍ଷେପ କୁ ବିଭିନ୍ନ ମହଲରୁ ସ୍ଵାଗତ କରଯାଇଛି ।
