• Mon. Oct 27th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ହୋଟେଲ କର୍ମଚାରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

Bymamatanews

Oct 23, 2025
Spread the love

ପରିବାରବର୍ଗ ଙ୍କ ପକ୍ଷରୁ ଆଣିଲେ ହତ୍ୟା ଅଭିଯୋଗ

କଟକ ଟାଙ୍ଗୀ ଥାନା ୧୬ନମ୍ବର ଜାତୀୟ ରାଜପଥ ଭଟ୍ଟାମୁଣ୍ଡା ରାସ୍ତାକଡ଼ରେ ଥିବା ମା’ ହୋଟେଲ୍‌ରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତଦେହ ହୋଟେଲ ଭିତରୁ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ରୁ ହୋଇଥବା ବେଳେ ପ୍ରାୟ ୩୦ ବର୍ଷ ରୁ ଉର୍ଦ୍ଧ ହେବ ଅନୁଗୁଳ ଜିଲ୍ଲା ବଅଁରପାଳ ଗ୍ରାମ ପଞ୍ଚାୟତ ରେ ଗଣେଶ୍ବର ନାୟକ ଙ୍କ ପରିବାର ବସବାସ କରନ୍ତି ।

ଦୀର୍ଘଦିନ ହେବ ସେ ଏହି ହୋଟେଲରେ ସପ୍ଲାଏର୍‌ ଭାବେ କାର୍ଯ୍ୟ କରି ଆସୁଥିଲେ। ଅନ୍ୟ କର୍ମଚାରୀଙ୍କ କହିବାନୁଯାୟୀ ଗଣେଶ୍ଵର ପୂର୍ବ ଦିନ ରାତିରେ ହୋଟେଲରୁ କେଉଁଆଡ଼େ ଯାଇଥିଲେ। ତେବେ ତାଙ୍କ ପାଖରେ ହୋଟେଲର ଚାବି ଥିବାରୁ ସମ୍ଭବତଃ ବିଳମ୍ବିତ ରାତିରେ ଆସି ହୋଟେଲରେ ଶୋଇଥିଲେ। ସକାଳୁ ଅନ୍ୟ କର୍ମଚାରୀମାନେ ତାଙ୍କୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ଦେହରେ କ୍ଷତଚିହ୍ନ ଦେଖିବାକୁ ମିଳିଥିଲା। ପରେ ଏ ସଂକ୍ରାନ୍ତରେ ହୋଟେଲ ମାଲିକଙ୍କୁ ଜଣାଇଥିଲେ । ମାଲିକଙ୍କ ଠାରୁ ସୂଚନା ପାଇ ଟାଙ୍ଗୀ ଥାନାଭାରପ୍ରାପ୍ତ ଅଧିକାରୀ ଶିବ ପ୍ରସାଦ ଭଦ୍ର ଓ ଚୌଦ୍ଵାର ଏସ୍‌ଡିପିଓ ଉମାକାନ୍ତ ନାୟକ ସାଇଣ୍ଟିଫିକ୍ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଗଣେଶ୍ଵରଙ୍କ ପୁଅ ରତିକାନ୍ତ ନାୟକ କହିବା ମୁତାବକ ତାଙ୍କ ବାପାଙ୍କୁ କେହି ମାରି ଦେଇଛନ୍ତି। କାରଣ ତାଙ୍କ ଦେହରେ ଖ୍ୟାତ ଚିହ୍ନ ଥିବା ବେଳେ କ୍ଷତାକ୍ତ ଅବସ୍ଥାରେ କିପରି ଘର କବାଟ ଖୋଲି ଭିତରେ ଶୋଇଲେ । ଟାଙ୍ଗୀ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୁଲିସ୍ ୩୫୯/୨୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି

Leave a Reply

Your email address will not be published. Required fields are marked *