• Mon. Oct 27th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଟ୍ରେନ ଧକ୍କାରେ ବ୍ୟକ୍ତି ଗୁରୁତ୍ତର

Bymamatanews

Oct 23, 2025
Spread the love

ଅନୁଗୋଳ : ଅନୁଗୋଳ ଟାଉନ୍ ଥାନା ଅନ୍ତର୍ଗତ କରବେରେଣି ଗ୍ରାମ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି।

ରେଳବାଇ ପୋଲିସ୍ ପକ୍ଷରୁ ମିଳିଥିବା ଖବର ଅନୁସାରେ କରବେରେଣୀ ଗ୍ରାମର ପ୍ରଭାକର ପାତ୍ରଙ୍କ ପୁଅ ଦୀପକ ପାତ୍ର ଆଜି ସକାଳ ଛଅଟା ବେଳେ ଶୌଚ ହେବାକୁ ଯାଉଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଆସୁଥିବା ଜାଣିପାରି ନଥିଲେ ଟ୍ରେନ ପାଇଲଟ୍ ଲୋକଙ୍କୁ ବଞ୍ଚାଇବାକୁ ଯାଇ ଇମରଜିନ୍ସ ବ୍ରେକ ଦେଉଥିଲେ ତଥାପି ଟ୍ରେନ ଟି ତାଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ସେ ଛିଟିକି ପଡ଼ିଥିଲେ। ଟ୍ରେନକୁ ପାଇଲଟ୍ ଅଟକାଇ ତାଙ୍କୁ ଉଦ୍ଧାର କରି ଅନୁଗୋଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନରେ ଆଣିଥିଲେ। ସେଠାରୁ ରେଳବାଇ ପୋଲିସ୍ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା କରୁଛନ୍ତି।

Leave a Reply

Your email address will not be published. Required fields are marked *