• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ NCC ଶିକ୍ଷକ ନିଯୁକ୍ତି ଦାବି ରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Bymamatanews

Nov 23, 2024
Spread the love

ରଘୁନାଥପୁର ବ୍ଲକ ଗୁଆଳିପୁର ସ୍ଥିତ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ 2001ମସିହାରେ NCC ସ୍ଥାପନ ହୋଇଥିଲା | ଯାହାଦ୍ୱାରା ଉକ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ NCC ରେ ଭାଗ ନେଇ ଭବିଷ୍ୟତ ରେ ଆର୍ମି, ନାଭାଲ, ଏୟାରଫୋର୍ସ, ଆଦି ବିଭିନ୍ନ ବିଭାଗ ରେ ନିଯୁକ୍ତି ସୁଯୋଗ ପାଇଛନ୍ତି | ପୂର୍ବ ରୁ ଥିବା NCC ଶିକ୍ଷକ 2023ମସିହାରୁ ଚାକିରିରୁ ଅବସର ନେଇଛନ୍ତି ତାଙ୍କ ସ୍ଥାନରେ ମହିଳା PET ଭାବେ ବୈଦେହୀ ସାମଲ ନିଯୁକ୍ତି ପାଇଛନ୍ତି |ହେଲେ ଦୁଃଖ ଓ ପରୀତାପ ର ବିଷୟ ବୈଦେହୀ NCC ଦାଇତ୍ୱ ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି |

ଯେଉଁଥିପାଇଁ ଗୁଆଳିପୁର ଉଚ୍ଚ ବିଦ୍ୟାଳୟ ରୁ ବିଗତ ଦିନ ମାନଙ୍କରେ NCC ଉଠିଯିବା କୁ ଚକ୍ରାନ୍ତ ଚାଲିଛି | ଏହି ଚକ୍ରାନ୍ତକାରି ଙ୍କ ବିରୋଧ ରେ ଗୁଆଳିପୁର ସ୍ଥିତ ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି , ମୋ ସ୍କୁଲ ଅଭିଯାନ, ପୁରାତନ ଛାତ୍ର ଛାତ୍ରୀ ସାମୁହିକ ଭାବେ ସମସ୍ତ ଲୋକ ପ୍ରତିନିଧି, ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଗୁଆଳିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ମହିଳା PET ଙ୍କୁ ତୁରନ୍ତ ବଦଳି କରି ସେହି ସ୍ଥାନରେ ପୁରୁଷ PET ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରି ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜ୍ଞନ ରଞ୍ଜନ ପଟ୍ଟନାୟକ, ପରେଶ ଚନ୍ଦ୍ର ପଟ୍ଟନାୟକ, ଗୋବିନ୍ଦ ଓଝା, ବିଶ୍ୱ ନାଥ ସାହୁ ପ୍ରମୁଖ ଧାରଣା ରେ ବସିଛନ୍ତି |

ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *