ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନ ର ପ୍ରକଳ୍ପ ଜାଗୃତି ଦ୍ଵାରା କଳାହାଣ୍ଡି ଜିଲ୍ଲାର ୫୦ ଟି ଗ୍ରାମ ରେ ପରିବେଶ ସୁରକ୍ଷା ଉପରେ ସଚତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମକୁ ପରି ନାମରେ ଅଭିଯାନ ଆରମ୍ଭ କରାଯାଇଅଛି। ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଲୋକମାନଙ୍କୁ ପରିବେଶ ପ୍ରଦୂଷଣ ଉପରେ ସଚେତନ କରାଯାଇଥିଲା। ଯେପରିକି ଗ୍ରାମବାସୀ ମାନଙ୍କ ଦ୍ଵାରା ନାଟକ ପରିବେଷଣ, ଅଧିବେଶନ, ପଥପ୍ରାନ୍ତ ନାଟକ ଏବଂ ସମସ୍ତ ସରକାରୀ ଅଧିକାରୀଙ୍କ ସହ ସଚେତନତା ଅଧିବେଶନ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଘରୋଇ ପ୍ରଦୂଷଣ କୁ କେମିତି କମ୍ କରିବା, ଶୁଖିଲା ଏବଂ ଓଦା ଅଳିଆ କୁ ଅଲଗା କରି ରଖିବା ଓ ପ୍ଲାଷ୍ଟିକ ଜିନିଷ ର ଯେତେ ସମ୍ଭବ କମ୍ ବ୍ୟବହାର କରିବା।
ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ବର୍ଷା ରାଣୀ ଦାଶ ଏବଂ ମମତା ର ସମସ୍ତ କର୍ମକର୍ତ୍ତା ମାନେ ସାଞ୍ଚଳନ କରିଥିଲେ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ନାରାୟଣ ପ୍ରସାଦ ନାୟକଙ୍କ ରିପୋର୍ଟ
