୮୪ କେଜି ରୁ ଅଧିକ ଗଞ୍ଜେଇ ଜବତ
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରୁ ଅବକାରୀ ବିଭାଗ ୮୪ କେଜି ରୁ ଅଧିକ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ ରୁ ଅଧିକ ଟଙ୍କା ହେବ। ସୂଚନା ଯେ, କନ୍ଧମାଳର ଗଣେଶ ଡିଗଲ(୨୫) ଏକ କାର୍ (ଓଡି-୦୨-ଜେ-୩୦୦୩) ରେ ଏହି ଗଞ୍ଜେଇ ଆଣି ଅନୁଗୋଳ ଆଡକୁ ଆସୁଥିଲେ । ଖବର ପାଇ ଅବକାରୀ ବିଭାଗ ତାକୁ ଧରିବା ପାଇଁ ଜାଲ ବିଛାଇଥିଲା। ଆଠମଲ୍ଲିକ ବ୍ଲକ୍ ଯଦୁପୁର ନିକଟରେ ଅବକାରୀ ଅଧିକାରୀ ତାକୁ ଅଟକାଇ ଯାଞ୍ଚ କରିବା ସମୟରେ ଏହି ଗଞ୍ଜେଇ ମିଳିଥିଲା। ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେ ଏହି ଗଞ୍ଜେଇ ଅନୁଗୋଳ ର ଜଣେ ବ୍ୟବସାୟୀଙ୍କୁ ଦେବା ପାଇଁ ଆସୁଥିବା ସ୍ଵୀକାର କରିଥିଲେ।
