ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବଲଙ୍ଗ ଗ୍ରାମରେ ଜଳିଗଲା ତିନି ବଖରା ଚାଳ ଛପର ଘର। ଅଳ୍ପକେ ବର୍ତ୍ତୀ ଗଲେ ମା ଏବଂ ପୁଅ। ସୂଚନା ଯେ, ପୀତବାସ ନାଏକ ଙ୍କ ସ୍ତ୍ରୀ ନିର୍ମଳ ନାଏକ ଏବଂ ପୁଅ ପ୍ରଭାତ ନାଏକ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତି ଦୁଇଟା ବେଳେ ହଠାତ୍ ଘରେ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ପରିବାର ଲୋକ ଘରୁ ବାହାରକୁ ବାହାରି ଆସିଥିଲେ। ସ୍ଥାନୀୟ ଲୋକମାନେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବନ୍ତଳା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭେଇ ଥିବା ବେଳେ ଅଶି ହଜାର ଉର୍ଦ୍ଧ୍ବ ଟଙ୍କାରୁ ଆସବାବ ପତ୍ର ଓ ତିନି ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଛି। ଏ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।
