ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅସନବଣି ଗାଁରେ ଅଘଟଣ । ଗୋଟିଏ ପରିବାରର ତିନି ଜଣ ମୃତ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମା ଓ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିଲେ । ସୂଚନା ଯେ, ଗତକାଲି ରାତିରେ ମା ଗୋଲାପ ସାହୁ , ବଡ଼ ପୁଅ ଭାରତ ସାହୁ ଓ ସାନ ପୁଅ ଲିଟୁ ସାହୁ ରାତିରେ ଚିକେନ୍ ଭାତ ଓ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ତେବେ ସକାଳେ ଅସୁସ୍ଥ ହୋଇ ପଡ଼ିଥିଲେ । ଯେତେ ଉଠାଇଲେ ମଧ୍ୟ ଉଠି ନଥିଲେ । ଘରର ଅନ୍ୟ ସଦସ୍ୟ ଓ ପଡୋଶୀ ମିଶି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେପଟେ ଚିକିତ୍ସାଳୟରେ ପହଂଚିବା ସମୟରେ ମୃତ୍ୟୁ ବରଣ କରିଥିଲେ ।ଅନ୍ୟପଟେ ଏଡି ଏମ ଓ କହିଛନ୍ତି ଡାକ୍ତରଖାନା ଆସିବା ପୂର୍ବରୁ ମୃତ୍ୟୁ ହୋଇସାରିଥିଲା । ସେପଟେ ବିଷ କ୍ରିୟାରୁ ମୃତ୍ୟୁ ହୋଇଛି ନା ଅନ୍ୟ କିଛି କାରଣ ଯୋଗୁଁ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ଜଣାପଡିବ ହିନ୍ଦୋଳ ଏସ୍ଡ଼ିପିଓ ସତ୍ୟ ନନ୍ଦ କହିଛନ୍ତି। ଘରେ ନିଆଁ ଜାଳି ଶୋଇଥିଲେ । କାର୍ବନ ମନକ୍ସାଇଡ ଯୋଗୁଁ ଅଣନିଶ୍ୱାସୀ ହୋଇଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି। କେମିତି ହେଲା ୩ ଜଣ ଙ୍କ ମୃତ୍ୟୁ, ମୃତ୍ୟୁ ଉପରୁ କେମିତି ହଟିବ ପରଦା ତାହା ବ୍ୟବଚ୍ଛେଦ ରିପୋର୍ଟ ପରେ ଜଣାପଡିବ ବୋଲି କହିଛନ୍ତି ହିନ୍ଦୋଳ SDPO ।
