• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମନରେଗା ରୁ ବାପୁ ଙ୍କ ନାମ ହଟିବା ନେଇ କଂଗ୍ରେସ କମିଟି ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ

Bymamatanews

Dec 23, 2025
Spread the love

କଂଗ୍ରେସ କମିଟି ପକ୍ଷରୁ ମହାତ୍ମା ଗାନ୍ଧୀ ପାର୍କ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ବିକ୍ଷୋଭ ପରେ କଂଗ୍ରେସ କମିଟି ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କୁ ୩ ଦଫା ଏକ ଦାବି ପତ୍ର ପ୍ରଦାନ କରିଛି କଂଗ୍ରେସ କମିଟି। ସୂଚନା ଯେ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗାରଣ୍ଟି ଆଇନ (MGNREGA) କୁ ରଦ୍ଦ କରିବା ପାଇଁ ଏକ ବିଲ୍ ଆଣି ଏକ ଭୟାବହ ଏବଂ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିଛି। ଏହା କୌଣସି ସାଧାରଣ ବିଧାନମୂଳକ ପ୍ରକ୍ରିୟା ନୁହେଁ । ଏହା ଏକ ରାଜନୈତିକ ଚକ୍ରାନ୍ତ, ଯାହାର ଉଦ୍ଦେଶ୍ୟ ଏକ ଐତିହାସିକ, ଅଧିକାର-ଆଧାରିତ ଜନକଲ୍ୟାଣ ଆଇନକୁ ଦୁର୍ବଳ କରିବା ଏବଂ ଭାରତର ସବୁଠାରୁ ପରିଚିତ କଲ୍ୟାଣକାରୀ ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ଓ ମୂଲ୍ୟବୋଧକୁ ମିଟାଇଦେବା।MGNREGA ଜନସାଧାରଣଙ୍କ ସଂଘର୍ଷରୁ ଜନ୍ମ ନେଇଥିଲା ଏବଂ “ପ୍ରତି ହାତକୁ କାମ ଦିଅ, କାମର ପୂରା ଦାମ ଦିଅ” ବାଣୀକୁ ସାକାର କରିଥିଲା I ଏହା ଗ୍ରାମୀଣ ଭାରତର ଲୋକମାନଙ୍କୁ କାମ ମାଗିବାର ଆଇନଗତ ଅଧିକାର ଦେଇଥିଲା।ସମଗ୍ର ଗ୍ରାମୀଣ ଭାରତରେ ୧୦୦ ଦିନର ରୋଜଗାର ନିଶ୍ଚିତ କରିଥିଲା। ବିକେନ୍ଦ୍ରୀକୃତ ଶାସନକୁ ଶକ୍ତିଶାଳୀ କରିଥିଲା, ମହିଳା ଓ ଜମିହୀନମାନଙ୍କୁ ସଶକ୍ତ କରିଥିଲା ଏବଂ ଶ୍ରମର ଗରିମାକୁ ସୁରକ୍ଷିତ କରିଥିଲା ବୋଲି କଂଗ୍ରେସ କମିଟି କହିଛି।

Leave a Reply

Your email address will not be published. Required fields are marked *