
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୋଲିସ୍ ପକ୍ଷରୁ ଅମାନିଆ ଓ ଅବୈଧ ମାଦକ ଦ୍ରବ୍ୟ କାରବାର କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ।ଆଗାମୀ ଇଂରାଜି ନବବର୍ଷ ଓ ପର୍ବପର୍ବାଣୀ ସମୟରେ ସାନ୍ତିପୂର୍ଣ୍ଣ ଓ ଘଟଣାମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ, ନିର୍ଦ୍ଦେଶ ଅନୁସାରେ ବଡବିଲ୍ ପୋଲିସ୍ ୧୯.୧୨.୨୦୨୫ ରିଖ ଠାରୁ ବିଶେଷ ଅଭିଯାନ ଆରମ୍ଭ କରିଛି।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଅବୈଧ ଦେଶୀ ମଦ ବିରୋଧରେ ପ୍ରାକ୍-ସଚେତନ କାର୍ଯ୍ୟାନୁଷ୍ଠାନ ଓ ମୋଟର ଯାନ ଆଇନର କଡାକଡି ପ୍ରଚଳନ କରିବା। ଅଭିଯାନ ସମୟରେ ବାଡବିଲ୍ ପୋଲିସ୍ ସୟାବାଲି ଜଙ୍ଗଲ ଓ J ଓ ସେରେଣ୍ଡା ଜଙ୍ଗଲ ରୁ ମୋଟ ୫,୨୦୦ ଲିଟର ଅବୈଧ ଦେଶୀ ମଦ ଜବତ କରିଥିବା ନେଇ ସୂଚନା।

ସମାନାନ୍ତରାଳରେ, ମୋଟର ଯାନ ଆଇନ ଉଲ୍ଲଂଘନ ବିରୋଧରେ ବିଶେଷ ଚେକିଙ୍ଗ ଅଭିଯାନ ଚଳାଇଥିଲା ବଡ଼ବିଲ ପୋଲିସ୍। ହେଲମେଟ୍ ବିନା ଯାନଚାଳନ, ମଦ୍ୟପାନ କରି ଗାଡ଼ିଚାଳନ, ତିନିଜଣେ ମିଶି ଯାନଚାଳନ, ଦୃତଗତି, ଓ ବୈଧ ଦଳିଲ ବିନା ଗାଡ଼ି ଚାଳନା ଭଳି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ବିଶେଷ ଙ୍କୁ ଚିହ୍ନଟ କରାଯାଇଛି।

ଏହି ଅଭିଯାନରେ ୧୪୯ଟି ଯାନକୁ ମୋଟର ଯାନ ଆଇନ ଅନୁସାରେ ବୁକ୍ କରାଯିବା ସହ ଓ ମୋଟ ଜରିମାନା . ୫,୬୨,୦୦୦/- ଆଦାୟ ହୋଇଥିବା ନେଇ ସୂଚନା। ତଦୁପରି, ୨୬ଟି ମଦ୍ୟପାନ କରି ଗାଡ଼ି ଚାଳନା ଯୋଗୁ ମାମଲା ରୁଜୁ ହୋଇଛି। ସମ୍ପୃକ୍ତ ଯାନଗୁଡ଼ିକୁ ଜବତ କରାଯାଇଛି ଓ ଅଭିଯୁକ୍ତମାନଙ୍କୁ ଆଇନ ଅନୁସାରେ ଗିରଫ କରାଯାଇଥିବା ନେଇ ସୂଚନା।

ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅବୈଧ କାର୍ଯ୍ୟକଳାପକୁ ରୋକିବା ଓ ଗାଡ଼ି ଚାଳନା ନିୟମର କଡାକଡି ପାଳନ ମାଧ୍ୟମରେ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ବଡବିଲ୍ ପୋଲିସ୍ ଆଇନ-ଶୃଙ୍ଖଳା ବଜାୟ ରଖିବା ପ୍ରତିବଦ୍ଧତାକୁ ପୁନରୁଚ୍ଚାରଣ କରୁଛି ଓ ଜନ ସାଧାରଣଙ୍କୁ ପୋଲିସ୍ ପକ୍ଷରୁ ସହଯୋଗ କରିବା ସହିତ ସମସ୍ତ ଆଇନ୍ ବ୍ୟବସ୍ଥା ପାଳନ କରିବାକୁ ଆହ୍ୱାନ କରୁଛି। ସାଧାରଣଙ୍କ ସୁରକ୍ଷାର ହିତରେ ଏପରି ଅଭିଯାନ ଅବ୍ୟାହତ ଚାଲୁ ରହିବ ବୋଲି ବଡ଼ବିଲ ପୋଲିସ୍ ପକ୍ଷରୁ ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
