• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରଶାସନ ଗାଓଁ କି ଔର” କର୍ମଶାଳା ।

Bymamatanews

Dec 23, 2025
Spread the love

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପନ୍ସନ , ମନ୍ତ୍ରାଳୟଙ୍କର ନିର୍ଦ୍ଦେଶକ୍ରମେ ୧୯. ୧୨.୨୦୨୫ ଠାରୁ ୨୫.୧୨.୨୦୨୫ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ସ୍ତରରେ ପାଳନ କରାଯାଉଅଛି । ଏସଙ୍କ୍ରାନ୍ତରେ ଜିଲ୍ଲାସ୍ତରୀୟ କର୍ମଶାଳା ତା ୨୩.୧୨.୨୦୨୫ ରିଖ ଦିବା ୧୧.୦୦ ଘଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ସଭାପତି ଜିଲ୍ଲାପରିଷଦ ଶ୍ରୀମତୀ ବବିତା ପ୍ରଧାନଙ୍କର ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି କର୍ମଶାଳାରେ ଅବସରପ୍ରାପ୍ତ ପ୍ରଶାସକ ଡା ଧରଣିଧର ନାଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ସରକାରଙ୍କ ଦ୍ବାରା ପ୍ରଚଳିତ ସମସ୍ତ ଯୋଜନା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଗ୍ରାମାଞ୍ଚଳରେ କିପରି ଭାବେ ସୂରୁଖୁରୁରେ ପହଞ୍ଚି ପାରିବ ସେ ବିଷୟରେ ଆଲୋଚନା କରଯାଇଥିଲା । ବିଭିନ୍ନ ଗ୍ରାମପଞ୍ଚାୟତରୁ ଆସିଥିବା ସରପଞ୍ଚମାନେ ଏ ସଙ୍କ୍ରାନ୍ତରେ ସେମାନଙ୍କର ଅଭିଜ୍ଞତ ଏବଂ ବିଭିନ୍ନ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଉପରେ ନିଜର ମତାମତ ରଖିଥିଲେ । ଏହି କର୍ମଶାଳାରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ମହାନ୍ତ ସ୍ବାଗତ ଭାଷଣ ଦେବା ସହିତ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲାପରିଷଦର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶ୍ରୀଯୁକ୍ତ ଗୌରବମୟ ପ୍ରଧାନ ଅତିରିକ୍ତ ନିର୍ବାହୀ ଅଧିକାରୀ (ପ୍ରଶାସନ ) ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *