
ସରକାରୀ ଗାଡିରେ ଅଧିକାରୀ ଥିଲେ କି ନାହିଁ ତାହା ଅସ୍ପଷ୍ଟ ରହିଛି
ଅନୁଗୋଳ (୨୪/୦୨ /୨୦୨୫) : ୫୫ ନମ୍ବର ନବନିର୍ମିତ ବାଇପାସ୍ ରାସ୍ତାରେ ଘଟିଛି ଏଭଲି ଘଟଣା। ରବିବାର ଅପରାହ୍ଣ ସମୟରେ ତାମଡା ବୋଲେରୋ ଧକ୍କାରେ ଗୋଟିଏ ସ୍କୁଟି ଚୂରମାର୍ ହୋଇଯାଛି। ଦୁର୍ଘଟଣାରେ ସ୍କୁଟି ଚାଳକ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗୁରୁତ୍ତର ଜଣଙ୍କ ହେଲେ ତୁଳସୀପାଳ ଗ୍ରାମର ପ୍ରସନ୍ନ ସାହୁ। ପ୍ରସନ୍ନ ସ୍କୁଟି ନମ୍ବର ଓଡି୧୯ଏମ୍-୬୮୪୬ ଗାଡିରେ ବଅଁରପାଳ ଅଭିମୁଖେ ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ଗାଡ଼ି ଓଡି- ୧୯ଜେଡ୍-୭୧୭୪ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ପ୍ରସନ୍ନଙ୍କ ରାସ୍ତାରେ ଛିଟିକି ପଡିଥିବା ବେଳେ ତାଙ୍କର ହାତ ଓ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି। ବୋଲେରୋ ଗାଡ଼ି ଘଟଣାସ୍ଥଳରୁ ପଳାଇ ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଲୋକମାନେ ଅଟକାଇ ଦେଇଥିଲେ ।

ଘଟଣାସ୍ଥଳରେ ଦୁର୍ଘଟଣା କୁ ନେଇ ଉତ୍ତେଜନା ପାଇଥିବା ବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବଅଁରପାଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟି ଜବତ କରି ଚାଳକକୁ ଅଟକ ରଖିଛନ୍ତି । ଧକ୍କା ଦେଇଥିବା ବୋଲେରୋ ସମ୍ମୁଖରେ ‘ସଂପାଦକ, ଟାମଡ଼ା ଅନୁଗୁଳ, ଏଚ୍ ଆଣ୍ଡ ୟୁଡି, ଓଡ଼ିଶା ସରକାର’ ଲେଖାଥିବା ଏକ ସୂଚନା ବୋର୍ଡ ରହିଛି। ପୁଲିସ ଉକ୍ତ ବୋଲେରୋ ଡ୍ରାଇଭର ଥାନାକୁ ଆଣି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
