ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଅନୁଗୋଳ ଡି ଏଫ ଓ କାର୍ଯ୍ୟାଳୟ ଘେରାଉ । ୧୧ ଦଫା ଦାବି ନେଇ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ କର୍ମଚାରୀ । କେନ୍ଦୁପତ୍ର ତୋଳାଳି ମାନଙ୍କ କେରି ପ୍ରତି ଦର ବୃଦ୍ଧି, ଋତୁକାଳୀନ କର୍ମଚାରୀମାନଙ୍କ ମାସିକ ମଜୁରୀ ବୃଦ୍ଧି , ବନ୍ଧେଇ ଶ୍ରମିକମାନଙ୍କ ପିସ୍ ଦର ବୃଦ୍ଧି , ବଜେଟ ମଞ୍ଜୁରୀ ପ୍ରାପ୍ତ ୧୦୦ କୋଟି ଟଙ୍କାରୁ ୫୦ କୋଟି ଟଙ୍କା ପ୍ରଦାନକୁ ପ୍ରତିବାଦ କରି ଏହି ବିକ୍ଷୋଭ କରା ଯାଇଛି । ମୁଖ୍ୟତଃ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ୟା ବିବାହ ପାଇଁ ଦେଇଥିବା ଆର୍ଥିକ ସହାୟତା ଦେବାରେ ବର୍ତ୍ତମାନର ସରକାର ଅବହେଳା ପ୍ରଦର୍ଶନ କରୁଛନ୍ତି । ଏହାସହ କେନ୍ଦୁପତ୍ର ସଂସ୍ଲାରୁ ସଂଗ୍ରହ ହୋଇଥିବା ଜି ଏସ ଟି ଅର୍ଥ ଫେରସ୍କୃ କରା ଯାଉ ନାହିଁ । ଫେରସୁ ଜି ଏସ ଟି ଅର୍ଥ କୁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ତୋଳାଳୀ, ବନ୍ଧାଳି ଓ କର୍ମଚାରୀ ଙ୍କୁ ପ୍ରଦାନ କରିବାକୁ ଦାବି କରାଯାଇଛି । ଏହି ସବୁ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।
