ଅନୁଗୋଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଦୋକାନ ଗୁଡିକ ରେ ଚଢାଉ କରାଯାଇ ୨୦ ହଜାର ଜୋରିମାନା ଆଦାୟ ଆଦାୟ କରାଯାଇଛି। ସୂଚନା ଯେ, ଅନୁଗୋଳ ସହରରେ ଦିନକୁ ଦିନ ଦୋକାନ ବଢିବାରେ ଲାଗିଛି। କିଛି ଦୋକାନୀ ମାନଙ୍କର ଲାଇସେନ୍ସ ନଥିବା ବେଳେ କିଛି ଦୋକାନୀ ବାସୀ ଖାଦ୍ୟ ଗ୍ରାହକ ମାନଙ୍କୁ ଖାଇବା ପାଇଁ ଦେଇଛନ୍ତି।

ଯାହାକୁ ନେଇ ଅନୁଗୋଳ ସହର ବାସୀ ରୋଗାକ୍ରାନ୍ତ ହେଉଛନ୍ତି । ଏହାକୁ ନଜରରେ ରଖି ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ହରପ୍ରିୟା ବେହେରା ଙ୍କ ନେତୃତ୍ଵରେ ଆଜି ନୂଆ ବସ ଷ୍ଟାଣ୍ଡ ଏବଂ ୫୫ ନମ୍ବର ଜାତୀୟ ରାଜପଥ କଡରେ ଅନୁଗୋଳ ଠାରୁ ନାଲକୋ ମଧ୍ୟରେ ଥିବା ସମସ୍ତ ଦୋକାନ ଉପରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢାଉ କରିଥିଲେ।

ଯାହା ଫଳାରେ ଗ୍ରୋସରୀ ଦୋକାନ ଠାରୁ ଆରମ୍ବ କରି ଜଳଖିଆ ଦୋକାନ, ହୋଟେଲ ମାନଙ୍କରେ ଚଢାଉ ହୋଇ ବାସୀ ଖାଦ୍ୟ କୁ ଫିଙ୍ଗି ଦେଇଥିଲେ। ସମସ୍ତ ଦୋକାନ ମାନଙ୍କରୁ ୨୦ ହଜାର ଟଙ୍କା ଆଦାୟ କରଯାଇଛି। ଏହି ଚଢାଉ ରେ TMS ନୀଳାମ୍ବର ପ୍ରଧାନ ଏବଂ ପୋଲିସ ପ୍ରଶାସନ ମଧ୍ୟ ଉପସ୍ଥିତ ରହିଥିଲେ।
