କଟକ ଜିଲ୍ଲା ଚୌଦ୍ୱାର ବିରୂପା ବ୍ୟାରେଜ ନିକଟରେ ସାଇକେଲ ଓ ବ୍ୟାଗ ଫୋନ୍ ରଖି ନଦୀକୁ ଡେଇଁ ନିଖୋଜ ହୋଇଥିବା ଯୁବକ ଆଶଙ୍କାରେ ଚାଲିଛି ଖୋଳତାଡ l


ପୂର୍ବରୁ ଏହିଯୁବକ ଘଟଣା ଘାଟାଇଛି l ଯୁବକ ଜଣକ ହେଲେ ଚୌଦ୍ୱାର ୧୨ ନମ୍ବର ୱାର୍ଡ଼ ର ପ୍ରଭାତ ଦାସ୍ ଙ୍କ ପୁଅ ପ୍ରଦୀପ କୁମାର ଦାସ(୧୮) I ଯୁବକ ଜଣକ+3 ବାଣିଜ୍ୟ ବିଭାଗ ଚୌଦ୍ଵାର କଲେଜ ଛାତ୍ର ବୋଲି ଜଣା ପଡ଼ୁଛି l ଖବର ପାଇ ଘଟଣା ସ୍ଥଳରେ ଜଗତପୁର ଓ ଚୌଦ୍ୱାର ଥାନା ପୋଲିସ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଛି l

ଛାତ୍ରଟି ଡେଇଁଛନ୍ତି କି କେଉଁ ଆଡ଼େ ପଳେଇ ଯାଇଛନ୍ତି ତାହା ସଠିକ ତଥ୍ୟ ଜଣାପଡ଼ିନାହିଁ ଵ୍ୟାରେଜ ରେ ସିସିଟିଭି କାମକରୁନାହିଁ ଫଳରେ ଯୁବକ ନଦୀକୁ ଡ଼ିଆଁ ମାରିଛି କି ନାହିଁ ସକାଳେ ଜଣାପଡ଼ିନଥିଲା l ପ୍ରକାଶ ଯେ ବ୍ୟାରେଜ ର 6ନ ଗେଟ ନିକଟରେ ଗୋଟିଏ ସାଇକେଲ ଓ ବ୍ୟାଗ ରେ ମୋବାଇଲ ରିଙ୍ଗ ହେଉଥିବା ଦେଖି ତାଙ୍କ ପରିବାରକୁ ଖବର ଦେଇଥିଲେ l ଅପରାହ୍ନ ରେ ଓଡ୍ରାପ ଦଳ ଖୋଜା ଖୋଜି ଆରମ୍ଭ କରିଲା ପରେ ପ୍ରଦୀପ ଦାସ ର ଶବ ମିଳିଥିଲା l ଘଟଣା ସ୍ଥଳରେ ଚୌଦ୍ୱାର ପୁଲିସ ଶବ ବ୍ୟବଛେଦ ପାଇଁ କଟକ ମେଡିକାଲ କୁ ପଠାଯାଇଛି l
