• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପୋଷଣ ମାସ ଏବଂ ‘ମା’ଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

Bymamatanews

Sep 24, 2024
Spread the love

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସପ୍ତମ ଜାତୀୟ ପୋଷଣ ମାସ ଏବଂ ‘ମା’ଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧୀନ କେନ୍ଦେଇପୋଷି ଗ୍ରାମ ପଞ୍ଚାୟତଠାରେ ଜାତୀୟ ପୋଷଣ ମାସ ଏବଂ ‘ମା’ଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସୂଚନାଧର୍ମୀ ବିଷୟବସ୍ତୁ ସ୍ଥାନ ପାଇଥିଲା। କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନୀୟ ଗ୍ରାମବାସୀ ଏବଂ ମହିଳାମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ ତଥା ପରିବେଶବିତ କୈଳାସ ଚନ୍ଦ୍ର ବାରିକ ମୁଖ୍ୟବକ୍ତା, କେନ୍ଦେଇପୋଷି ସରପଞ୍ଚ ମିନାକ୍ଷୀ ନାୟକ ଏବଂ ମୈଦାନକେଲ ସରପଞ୍ଚ ଭାଗିରଥି ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସେହିପରି ଫୁଲବାଣୀସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ୍‌ ସୀତାଜଡ଼ା ଠାରେ ପୋଷଣ ମାସ ଏବଂ ‘ମା’ଙ୍କ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସ୍ଥାନୀୟ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଥିଲା।

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ‘ମାଙ୍କ ପାଇଁ ଗଛଟିଏ’ ଏବଂ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲାର ବ୍ରହ୍ମପୁର ପଞ୍ଚାୟତରେ ଆଜି ଚାରାରୋପଣ କରାଯାଇଥିଲା। ଏଥିରେ ବହୁସଂଖ୍ୟାରେ ମହିଳା ଓ ସ୍ଥାନୀୟ ଜନସାଧାରଣ ଭାଗ ନେଇଥିଲେ ।

ଅନ୍ୟପକ୍ଷରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ମୁଖ୍ୟାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ପୁଷ୍ଟିକର ଖାଦ୍ୟ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁରସ୍ଥିତ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ଆୟୋଜିତ ପଦଯାତ୍ରାକୁ ନାକଟିଦେଉଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ବରୂପା ରାଣୀ ଉଦଘାଟନ କରିଥିଲେ । ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀମାନେ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *