• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ

Bymamatanews

Sep 24, 2024
Spread the love

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଏବଂ ଶ୍ରୀ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ୨୦୨୪ ଜାତୀୟ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଜଣ କୃତୀ ଶିକ୍ଷକ ସ୍ଥାନ ପାଇବା ଗର୍ବର ବିଷୟ।

ବିଜ୍ଞାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର ଅଭିନବ ଶିକ୍ଷା ପଦ୍ଧତିର ପ୍ରୟୋଗରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ବିଜ୍ଞାନ ଶିକ୍ଷାକୁ ସହଜ ଉପାୟରେ ପିଲାମାନଙ୍କୁ ବୁଝାଇ ଜଣେ ସୁନାମଧନ୍ୟ ଓ ଆଦର୍ଶ ଶିକ୍ଷକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି। ସେହିଭଳି କଳା ଶିକ୍ଷକ ଡ. ଦ୍ବିତି ଚନ୍ଦ୍ର ସାହୁ ଆମୋଦପୂର୍ଣ୍ଣ ଶିକ୍ଷାଦାନ ସହିତ ଶିକ୍ଷାରେ ଜନଜାତି ସଂସ୍କୃତି ଓ କଳାକୁ ପ୍ରଦର୍ଶିତ କରିବା ଏକ ପ୍ରଶଂସନୀୟ କାର୍ଯ୍ୟ। ଏହି ଆଦର୍ଶ ଓ ଉଦ୍ୟମ ବଳରେ ଉଭୟ ଶିକ୍ଷକ ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅବସରରେ କହିଛନ୍ତି।

Leave a Reply

Your email address will not be published. Required fields are marked *