ଢେଙ୍କାନାଳ (୨୪/୯/୨୫) : ୧୯୬୯ ମସିହାରେ ଜାତୀୟ ସେବା ଯୋଜନା (NSS)ର ଆନୁଷ୍ଠାନିକ ଶୁଭାରମ୍ଭକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୪ ତାରିଖରେ NSS ପ୍ରତିଷ୍ଠା ଦିବସ ପାଳନ କରାଯାଏ। ସେହି ପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ NSS ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷା ଡ଼. ଶକୁନ୍ତଳା ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ ଗଣିତ ବିଭାଗ ଅଧ୍ୟାପକ ଡ଼ ଭୁବନେଶ୍ୱର ମୁଦୁଲି ଯୋଗଦେଇଥିଲେ।

କାର୍ଯ୍ୟକ୍ରମକୁ ଜାତୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼. ପଙ୍କଜ ବାରିକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏନ. ଏସ.ଏସ୍. ର ଗୁରୁତ୍ୱ ଓ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ନେଇ ସେଠାରେ ନିଶା ନିବାରଣ, ରକ୍ତଦାନ ଶିବିର ,ବନ ମହୋତ୍ସବ, ଏଚ. ଆଇ. ଭି ଏଡ୍ସ ପାଇଁ ସଚେତନତା ଶୋଭାଯାତ୍ରା, ମହିଳା ସଚେତନତା, ସ୍ଵଚ୍ଛ ଭାରତ, ଓଡ଼ିଆ ପକ୍ଷ ପାଳନ, ଜଳ ଛତ୍ର ଭଳି ସ୍ୱତନ୍ତ୍ର ଦିବସ ପାଳନ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ ସହତ ଆହ୍ୱାନ କରିଥିଲେ ଶ୍ରୀ ବାରିକ ।

ଶେଷରେ ନୂତନ ଛାତ୍ରଛାତ୍ରୀ ମାନଙ୍କୁ ପୂର୍ବରୁ ହୋଇଥିବା କାର୍ଯ୍ୟକ୍ରମର ଫୋଟୋ ଏବଂ ଭିଡିଓ ଦେଖାଇ କିଭଳି ଆଗ୍ରହ ସହିତ ଏନ. ଏସ.ଏସ୍. ରେ ସାମିଲ ହେବେ ସେ ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ମହାବିଦ୍ୟାଳୟର ପ୍ରାୟ ୧୦୦ ଜଣରୁ ଉର୍ଦ୍ଧ ଛାତ୍ରୀ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ଅଧ୍ୟାପକ ଶ୍ରୀ ରାକେଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
