• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାଞ୍ଚ ଜଣ ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Bymamatanews

Nov 24, 2024
Spread the love


ଜଗତ୍ସିଂହପୁର (୨୪/୧୧/୨୦୨୪) ରଘୁନାଥପୁର ବ୍ଲକ ସ୍ଥିତ ଜୟ ପ୍ରକାଶ ଇ. ଭି ଶିକ୍ଷା ନିକେତନ ପରିସରରେ ମଣ୍ଡଳ ସ୍ତରୀୟ ଶାରୀରିକ ଶିକ୍ଷା ସଂଗଠନ ପକ୍ଷରୁ ପାଞ୍ଚ ଜଣ ଅବସର ପ୍ରାପ୍ତ ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି |ଏହି ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜୟ ପ୍ରକାଶ ଇ.ଭି ଶିକ୍ଷା ନିକେତନ ର ପ୍ରଧାନ ଶିକ୍ଷକ ରଞ୍ଜନ ମିଶ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ରଘୁନାଥପୁର ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ସ୍ୱାଇଁ |ମୁଖ୍ୟ ବକ୍ତା ଭାବେ ଜ଼ିଲ୍ଲା ଶାରୀରିକ କ୍ରୀଡା ଅଧିକାରୀ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଯୋଗଦେଇ ଭଦ୍ରେଶ୍ୱର ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ତଥା ପୂର୍ବତନ ଜ଼ିଲ୍ଲାଶାରୀରିକ କ୍ରୀଡା ଅଧିକାରୀ ସମାଜସେବୀ ଅକ୍ଷୟ କୁମାର ମହାନ୍ତି |ଗୋଆଳିପୁର ହାଇସ୍କୁଲ ର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ରାଜ କିଶୋର ସାହୁ |ନରେନ୍ଦ୍ର ବିଦ୍ୟାପୀଠ ର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବିଦୁନାଥ ପରିଡା | ତରିକୁନ୍ଦ ହାଇସ୍କୁଲ ର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମନୋଜ ବିଶ୍ୱାଳ ଆଦି ପାଞ୍ଚଜଣ ଅବସର ଶାରୀରିକ କ୍ରୀଡା ଶିକ୍ଷକ ଙ୍କୁ ମୁଖ୍ୟ ଅତିଥି ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ବହୁ ସଂଖ୍ୟା ରେ ଯୋଗଦେଇଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *