କେନ୍ଦୁଝରରୁ ବନ ବିଭାଗର “ରକ୍ଷକ” ଯାନରେ ହାତୀ ଛୁଆକୁ ଆଜି ଚନ୍ଦକା ସ୍ଥାନାନ୍ତର କରାଯାଇଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା Dam ନିକଟରୁ ଉଦ୍ଧାର ହୋଇଥିଲା ଏହି ୩ମାସର ହାତୀଛୁଆ | ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ମଧ୍ୟ ମା ହାତୀ ନିଜ ଛୁଆକୁ ଗ୍ରହଣ କରି ନଥିଲା। ସେବେଠାରୁ ବନ ବିଭାଗର ୧୦ ଜଣିଆ ଟିମ୍ ଦିନ ରାତି ହାତୀ ଛୁଆର ସେବାଯତ୍ନ କରୁଥିଲେ । ହାତୀ ଛୁଆକୁ ସ୍ଥାନାନ୍ତର କରିବା ସମୟରେ ସମସ୍ତେ ଭାବ ବିହ୍ୱଳ ହୋଇ ଉଠିଥିଲେ।
ରଞ୍ଜନ ବେହେରା ଙ୍କ ରିପୋର୍ଟ
