• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମା କୁ ପିଟି ପିଟି ହତ୍ୟା କଲା ଜନ୍ମ କଲା ପୁଅ

Bymamatanews

Nov 24, 2024
Spread the love

ଦିନେ ସ୍ଵପ୍ନ ଦେଖିଥିଲା ମା ତାର ବୃଦ୍ଧା ବୟସରେ ସାହାରା ହେବ ନୟନ ପିତୁଳା

ହେଲେ ସବୁ ସ୍ଵପ୍ନ ଧୂଳି ସାତ କରିଦେଲା ସଇତାନ ପୁଅ

ଲକ୍ଷେ ଶିବ ପୂଜି ପାଇଛି ପୁଅ,

କିନ୍ତୁ ବଦଳରେ ମା କୁ ହତ୍ୟା କରି ଦେଇଛି ପୁଅ ଘଟଣା ଟି ଘଟିଛି ଅନୁଗୋଳ ଟାଉନ୍ ଥାନା ସୁସୁଡା ଗ୍ରାମରେ। ଆଜି ସକାଳ ସମୟରେ ସୁଧାକର ନାଏକଙ୍କ ପୁଅ ସରୋଜ ନାଏକ ନିଜ ମା ଲତା ନାଏକ କୁ ଏକ ବେଟନ ସାହାଯ୍ୟରେ ପିଟି ପିଟି ହତ୍ୟା କରିଥିଲା। ଗତ କାଲି ରାତି ସମୟରେ ଲତାଙ୍କ ସହ ପୁଅ ସରୋଜର ଯୁକ୍ତିତର୍କ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଯୁକ୍ତି ଚାଲିଥିଲା। ରାତିରେ ଲତା ଶୋଇବାକୁ ଯାଇଥିଲେ। ସରୋଜ ଆଜି ସକାଳୁ ପୁଣି ଥରେ ମାଙ୍କ ସହ ଝଗଡା କରିଥିଲା। ଏହା ମଧ୍ୟରେ ସରୋଜ ଉତକ୍ଷୀପ୍ତ ହୋଇ ଏକ ବେଟନ ସାହାଯ୍ୟରେ ଲତା କୁ ପିଟି ପିଟି ହତ୍ୟା କରିଥିଲା। ଏ ଖବର୍ ଗାଁ ଲୋକ ଜାଣିବା ପରେ ପୋଲିସ କୁ ଖବର ଦେଇଥିଲେ। ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ବ କରିବା ସହ ମା କୁ ହତ୍ୟା କରିଥିବା ପୁଅ ସରୋଜ କୁ ଅଟକ ରଖି ପଚରାଉଚରା କରୁଛି। ଏ ପଟେ ଘଟଣା ସ୍ଥଳରେ SDPO ରମାକାନ୍ତ ମହାଳିକ, ଟାଉନ ଥାନା ଅଧିକାରୀ ଧିରେସ କୁମାର ଦାସ ଏବଂ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *