ବିପ୍ଳବୀ ଜନନେତା ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ଅବସରରେ ଏକ ରାଜ୍ୟସ୍ତରୀୟ ପ୍ରକୃତି ଓ ପରିବେଶ ସମ୍ମିଳନୀ ବାଜି ରାଉତ ଛାତ୍ରାବାସ ଓ ଉତ୍କଳ ନବଜୀବନ ମଣ୍ଡଳର ମିଳିତ ଆନୁକୁଲ୍ୟରେ ଛାତ୍ରାବାସ ପରିସରରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଦେଶର ବିଶିଷ୍ଟ ପରିବେଶବିତ ତଥା ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ କହିଲେ ଯେ, ପରିବେଶ କହିଲେ ବୃକ୍ଷ ରୋପଣ ନୁହେଁ, ଜଳ, ଜଙ୍ଗଲ, ମାଟି, ଆକାଶର ସମ୍ବର୍ଦ୍ଧନ ଓ ସଂରକ୍ଷଣକୁ ପରିବେଶ ସୁରକ୍ଷା କୁହାଯାଇଥାଏ।
ଅନ୍ତର୍ଯ୍ୟାମୀ ବରାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷ୍ଣା ମହାନ୍ତି, ଡ ନନ୍ଦକିଶୋର ମହାକୁଡ, ଶୈଳଜ ରବି, ସସ୍ମିତା ବେହେରା, ଜ୍ଞାନ ରଞ୍ଜନ ନାୟକ, ବିଦ୍ୟାଧର ବେହେରା, ଡାକ୍ତର ବିଶ୍ୱଜିତ୍, ଇନ୍ଦିରା ଦାଶ, ପ୍ରଦ୍ୟୁମ୍ନ ନାୟକ, ଶୈଳେଶ ଦାସଗୁପ୍ତ,ଆଦ୍ୟଶ୍ଳୋକ ମିଶ୍ର, ସୂର୍ଯ୍ୟନାରାୟନ ନାଥ , ଜ୍ଞାନ ରଞ୍ଜନ ନାୟକ ,ପର୍ଶୁରାମ ଦାସ, ବ୍ରହ୍ମଜ୍ୟୋତି ମିଶ୍ର ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସଭା ପ୍ରାରମ୍ଭରେ ସମ୍ପାଦକ ଈଂ ଧନେଶ୍ଵର ସାହୁ ସ୍ଵାଗତ ଭାଷଣ ଦେଇଥିଲେ ଓ ମୂରଲୀଧର ମୂଳିଆ ଧନ୍ୟବାଦ ଅର୍ପଣ କରିଥିଲେ। ଲିପିକା ମହାପାତ୍ର ଓ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ଓ ଏହି ଅବସରରେ ଡ ଚୈତନ୍ୟ ସାହୁଙ୍କ ଲିଖିତ ପ୍ରଜ୍ଞାପୁରୁଷ ଗୋପବନ୍ଧୁ ଚୌଧୁରୀ ପୁସ୍ତକ ଉନ୍ମୋଚିତ ହୋଇଥିଲା।
ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ପାଳିତ
