ଟ୍ରକ ଧକ୍କାରେ ଚାଲି ଯାଇଥିଲା ମା ପୁଅ ଙ୍କ ଜୀବନ
ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ୫୫ ନମ୍ବର ଜାତୀୟ ରାଜପଥ ର ନୂତନ ଓଭର୍ ବ୍ରିଜ ଅଣ୍ଡରପାସ ନିକଟରେ ଟ୍ରକ ଧକ୍କାରେ ଚାଲି ଯାଇଥିଲା ମା ପୁଅ ଙ୍କ ଜୀବନ। ଏହି ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ ଘଟଣାସ୍ଥଳରୂ ଗାଡି ଛାଡି ଫେରାର ହୋଇଯାଇଥିଲା। ସୂଚନା ଯେ, ଟାଟା ଷ୍ଟିଲ କାରଖାନା ରେ କାର୍ଯ୍ୟ କରୁଥିବା ଛତ୍ତିଶଗଡ଼ ନିବାସୀ ରୋହିତ ରାଠୋର କାରଖାନାରେ କଲୋନୀ ରେ ପରିବାର ସହ ବସବାସ କରନ୍ତି ।

ଆଜି ଅପରାହ୍ନ ସମୟରେ ବାଇକ୍ ଯୋଗେ ସ୍ତ୍ରୀ ମନିଷା ରାଠୋର ଏବଂ ଚାରି ବର୍ଷର ର ପୁଅ ହରଷତ ରାଠୋରଙ୍କୁ ନେଇ ବଅଁରପାଳ ଅଭିମୁଖେ ଆସୁଥିବା ବେଳେ ପଛରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ବାଇକ୍ ଉପରେ ଚଢାଇ ଦେଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ମା ମନୀଷଙ୍କ ର ମୃତ୍ୟୁ ଘଟିବା ସହ ନୀରିହ ଶିଶୁ ର ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ପହଁଞ୍ଚି ଟ୍ରକ କୁ ଜବତ କରି ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ଗଁଦିଆ ଥାନା ଅଞ୍ଚଳର ଟ୍ରକ୍ ଡ୍ରାଇଭର ମନ୍ଦରଧର ସାମଲ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଅଁରପାଳ ପୋଲିସ।
