ଅନୁଗୋଳ(ତା,୨୪.୧୨.୨୪) ସାମାଜିକ ସଂଗଠନ “ସ୍ପନ୍ଦନ”, ଅନୁଗୋଳ ତରଫରୁ ଏବଂ ଯୁଗ୍ମ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ(ମାପ ଓ ଓଜନ) ବିଭାଗ, ଅନୁଗୋଳ ଆନୁକୁଲ୍ୟରେ ଜାତୀୟ ଖାଉଟି ଦିବସ ୨୦୨୪, ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ, ଅନୁଗୋଳର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ଉଦୟ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଖାଉଟି ମାନଙ୍କର ବିଭିନ୍ନ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହିତ ସମାଜରେ ଉଚିତ୍ ମୂଲ୍ୟ ଦେଇ ସଠିକ୍ ଜିନିଷ କିଣିବା ସହିତ ଜିନିଷର ଗୁଣବତ୍ତା ସଠିକ୍ ରହିଲେ ଏବଂ ସମସ୍ତ ଜନସାଧାରଣ ସଚେତନ ରହିଲେ ଏକ ବିକଶିତ ସମାଜ ଗଠନ ହେଇ ପାରିବ ବୋଲି ଦର୍ଶାଇଥିଲେ।

ମୁଖ୍ୟ ବକ୍ତା ଭାବେ ଶ୍ରୀ କଲ୍ୟାଣ କୁମାର ମହାନ୍ତି, ପୂର୍ବତନ ଅଧ୍ୟକ୍ଷ, ଜିଲ୍ଲା ଖାଉଟି ବିବାଦ ବିଚାର କମିଶନ, ଅନୁଗୋଳ ଯୋଗ ଦେଇ ଖାଉଟି ଅର୍ଥ କଣ?, ଖାଉଟି ମାନଙ୍କର ବିଭିନ୍ନ ସମସ୍ୟା, ସମସ୍ୟାର ପ୍ରାରମ୍ଭ, ଅଧିକାର, ଆମ ଦେଶରେ ଏହି ଆଇନର ଅନୁମୋଦନ, ଆଇନର ସଂଶୋଧନ, ଲଗୁକରଣ, ନ୍ୟାୟ ମିଳିବାର ସମୟସୀମା ଇତ୍ୟାଦି ଏବଂ ଚଳିତ ବର୍ଷର ବିଷୟବସ୍ତୁ “ଆଭାସୀ ଶୁଣାଣୀ ଏବଂ ଡିଜିଟାଲ ମାଧ୍ୟମରେ ଉପଭୋକ୍ତାଙ୍କ ନିକଟତ୍ତର ହେବା” ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିବା ସହିତ ଉପସ୍ଥିତ ଅଂଶଗ୍ରଣକାରୀମାନଙ୍କର ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ଦେଇଥିଲେ।

ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ତ୍ରିଲୋଚନ ନାୟକ, ସମିତିି ସଭ୍ୟ, ନୁଆମୌଜା ଗ୍ରାମ ପଞ୍ଚାୟତ, ଅନୁଗୋଳ , ଶ୍ରୀମତି ଇତିଶ୍ରୀ ଜେନା, ଜିଲ୍ଲା ସହକାରୀ ଯୋଗାଣ ଅଧିକାରିଣୀ ଶ୍ରୀମତୀ ଇତିଶ୍ରୀ ଜେନା, ଶ୍ରୀମତୀ ସୁରେଖା ରଥ, ଯୁଗ୍ମ ନିୟନ୍ତ୍ରକ, ଓଜନ ଏବଂ ମାପ ବିଭାଗ, ଅନୁଗୋଳ, ଶ୍ରୀ ନିର୍ମଳ ପାତ୍ର, ଅଧ୍ୟାପକ ଓଡ଼ିଆ ବିଭାଗ, ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ, ଶ୍ରୀ ଶ୍ରୀକାନ୍ତ ସାହୁ, ସମାଜସେବୀ , କାଣ୍ତସର ପ୍ରମୁଖ ଯୋଗଦେଇ ଗ୍ରାହକ ମାନଙ୍କର ବିଭିନ୍ନ ସମସ୍ୟା ସହିତ, ଯେକୌଣସି ଦେଶର ଅର୍ଥନୀତିର ଉନ୍ନତିରେ ଗ୍ରାହକ ମାନଙ୍କର ଭାଗିଦାରୀ ଅଟନ୍ତି, ସେମାନେ କେବଳ ସେମାନଙ୍କର ସ୍ବାର୍ଥ ରକ୍ଷା କରିବାରେ ସମର୍ଥ ହେବେ ନାହଁ ବରଂ ବ୍ୟବସାୟିକ ପ୍ରଥାକୁ ଉନ୍ନତ ଏବଂ ସ୍ଵଚ୍ଛ କରିବାରେ ମଧ୍ୟ ସକ୍ଷମ ହେବେ। ତେଣୁ ଖାଉଟି ସଚେତନତା ସମାଜର ଅଗ୍ରଗତି ପାଇଁ ନିତ୍ୟାନ୍ତ ଆବଶ୍ୟକ। “ସ୍ପନ୍ଦନର” ସଦସ୍ୟ ବିଭୁ ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଖାଉଟି ମାନଙ୍କର ସଚେତନତା ଉପରେ ନୁଆମୌଜା ଗ୍ରାମର ମହିଳା ମାନଙ୍କ ଭିତରେ ଅନୁଷ୍ଠିତ ହୋଇଥିବା ଝୋଟିଚିତା କାର୍ଯକ୍ରମ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ, ଦ୍ୱିତୀୟ, ତୃତୀୟ ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର, ମାନପତ୍ର ପ୍ରଦାନ କରାଯାଇଥିଲା। ସୁଶ୍ରୀ ସ୍ୱରୂପା ବଦ୍ୟ, ସୁଶାନ୍ତ କୁମାର ବେହେରା, ସୁମନ୍ତ ସାହୁ, ଦେବାଶିଷ ଦାଶ ପ୍ରମୁଖ ସଭା କାର୍ଯ୍ୟରେ ସହଯୋଗ କରିଥିଲେ।
ଜିତେନ୍ କୁମାର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯକ୍ରମରେ ୧୦୫ ଜଣ ଅଂଶଗ୍ରହଣ କରିଥିଲେ।
