• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଭାରତରତ୍ନ ତଥା ପୁର୍ବତନ ପ୍ରଧାନମନ୍ତ୍ରୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Bymamatanews

Dec 24, 2024
Spread the love

କଟକ ବେଲଭ୍ୟୁ ଛକରେ ଭାରତରତ୍ନ ତଥା ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଉତ୍ସବ ରେ ଅତିଥି ଭାବେ ଉପସ୍ଥିତ ରହି ପ୍ରତିମୂର୍ତ୍ତିକୁ ଅନାବରଣ କରିଛନ୍ତି। ସହରରେ ପ୍ରଥମ ଥର ଲାଗି ବାଜପେୟୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

୧୦ ଫୁଟ ଉଚ୍ଚ ଏବଂ ପାଖାପାଖି ୧୦ କୁଇଣ୍ଟାଲ ଓଜନର ବିଶାଲ ବ୍ରୋଞ୍ଜ ମୂର୍ତ୍ତି ସ୍ଥାପନ କରାଯାଉଛି। ରାଜ୍ୟ ସରକାରଙ୍କ ସହଯୋଗରେ ଶିଳ୍ପୀ ସଞ୍ଜିବ ବିଶ୍ୱାଳଙ୍କ ତତ୍ତ୍ଵାବଧାନରେ ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୨୦ ଜଣ କାରିଗରଙ୍କ ସହଯୋଗରେ ପ୍ରସ୍ତୁତ କରିଛନ୍ତି ଏହି ବ୍ରୋଞ୍ଜ ମୂର୍ତ୍ତି। ଆଠ ଫୁଟ ଉଚ୍ଚ ଏକ ପଦ୍ମଫୁଲ ଅକୃତିର ଢାଞ୍ଚା ଉପରେ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଛି।

Leave a Reply

Your email address will not be published. Required fields are marked *