• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହେଲେ ମହିଳା

Bymamatanews

Dec 24, 2024
Spread the love

ସଂପୂର୍ଣ୍ଣ ଘଟଣା ଟି ହେଲା ଗତ ୧୯ ତାରିଖ ରେ ଅନୁଗୋଳ ଟାଉନ୍ ଥାନା ରଶ୍ମିତା ପ୍ରଧାନ ନାମକ ଜଣେ ମହିଳା ଅଭିଯୋଗ କରିଥିଲେ କି ବନ୍ତଳା ଥାନା ତାଳପଦା ଗ୍ରାମ ର ଅକ୍ଷୟ ପ୍ରଧାନ ଙ୍କ ଠାରୁ ସେ କୋର୍ଟ ରେ ଚୁକ୍ତି କରି ଧାର ସୂତ୍ରରେ ୩ ଲକ୍ଷ ଟଙ୍କା ଆଣିଥିଲେ। ଯାହା କୁ ପରବର୍ତ୍ତୀ ସମୟରେ ଅକ୍ଷୟ ପ୍ରଧାନ ୩ ଲକ୍ଷ ୫୦ ହଜାର ବୋଲି କହିବା ସହିତ ସୁଧ ଆକାର ରେ ଏକ ଲକ୍ଷ ରୁ ଅଧିକ ଟଙ୍କା ନେଇଥିଲେ । ଏହିପରି ଅକ୍ଷୟ ପ୍ରଧାନ ରଶ୍ମିତା ଙ୍କ ଠାରୁ ମୋଟ ଚାରି ଲକ୍ଷ ୭୫ ହଜାର ୮୦୦ ଟଙ୍କା ନେଇଥିଲେ ମଧ୍ୟ ସେ ଅଧିକ ଟଙ୍କା ଦାବି କରିବା ସହ ମୋଟ ୧୫ ଲକ୍ଷ ଟଙ୍କା ମାଗି ଆସୁଥିଲେ । ରଶ୍ମିତା କୌଣସି ଏକ କାର୍ଯ୍ୟ ରେ ଅନୁଗୋଳ ଟାଉନ୍ ଥାନା କୁ ଆସୁଥିବା ବେଳେ ଅକ୍ଷୟ କିଛି ବ୍ୟକ୍ତି ଙ୍କୁ ଧରି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଧମକ ଦେବା ଓ ଜୀବନରୁ ମାରି ଦେବାକୁ କହିଥିଲେ ।

ଏହା ବ୍ୟତୀତ ଏକ ନିର୍ଦ୍ଧିଷ୍ଟ ଗଣ ମାଧ୍ୟମ ରେ ରଶ୍ମିତା ଙ୍କୁ ଅପମାନିତ କଲା ଭଳି ଖବର ପରିବେଷଣ କରି ତାଙ୍କର ଚରିତ୍ର ସଂହାର କରିଥିବା ନେଇ ଟାଉନ୍ ଥାନା ରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଥାନା ଅଧିକାରୀ ଘଟଣା କୁ ଗୁରୁତ୍ଵ ନ ଦେବାରୁ ରଶ୍ମିତା ବାଧ୍ୟ ହୋଇ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏଥି ସହିତ ତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି । ଏ ଘଟଣା ବିଷୟରେ ଅକ୍ଷୟ ପ୍ରଧାନ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ କୌଣସି ମତାମତ ଦେବୀ ନାହିଁ ବୋଲି ସଫା ସଫା ମନା କରିଥିଲେ। କାହିଁକି ମନା କରୁଛନ୍ତି ଏ ନେଇ ସନ୍ଦେହ ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *