• Tue. Feb 24th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ରୁ ଯୁବକଙ୍କ ମୃତଦେହ ଉଦ୍ଧାର

Bymamatanews

Dec 24, 2025
Spread the love

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ ଓଡ଼ିଶୀ ମୋଟର ମାରୁତି ସୋରୁମ ସମ୍ମୁଖ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ କୁଲାଡ ନିକଟସ୍ତ ଓଡ଼ିସି ମୋଟର ମାରୁତି ସୋରୁମ ସମ୍ମୁଖ ରାସ୍ତା ଜଡରେ ପ୍ରାୟ ୩୫ ବର୍ଷ ବୟସର ଜଣେ ଯୁବକଙ୍କ ମୃତ ଦେହ ପଡି ଥିବାର ଦେଖିବାକୁ ମିଳିଥିଲା।ଖବର ପାଇ ନାଲକୋ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଥିଲା।

ମୃତ ଯୁବକ ପିନ୍ଧିଥିବା ପ୍ୟାଣ୍ଟ୍ ପକେଟରୁ ପୁଲିସ ତାଙ୍କର ମୋବାଇଲ ଫୋନ ପାଇ ଯୋଗାଯୋଗ କରିବାରୁ ମୃତ ଯୁବକଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ମଧୁପୁର ଗ୍ରାମର ଗୌତମ ରାଉତ ବୋଲି ଜଣା ପଡିଥିଲା।ଏହା ସହ ମୃତ ଯୁବକଙ୍କ ପାଖରୁ ଏକ ଗାଡ଼ିର ଚାବି ପୁଲିସ ଜବତ କରିଛି।ନାଲକୋ ପୁଲିସ ଗଙ୍ଗାଧର ବେହେରା, ଦୀପକ କୁମାର ସିଂହ ଓ ସହ କର୍ମଚାରୀ ମାନେ ମୃତ ଦେହକୁ ଉଠାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ପୁଲିସ ର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Leave a Reply

Your email address will not be published. Required fields are marked *