ଅନୁଗୋଳ ଜିଲ୍ଲା ବଅଁରପାଳ କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତରେ ପ୍ରଥମ ଶ୍ରେଣୀ ବିଚାରପତି ବଅଁରପାଳ ଥାନା କେସ ନଂ ୮୦/୨୦୨୩ ରେ ହୋଇଥିବା ମାମଲାର ବିଚାରକରି ଧ୍ରୁବ ଚରଣ ନାଏକ ଓ ତାଙ୍କ ୭ଜଣ ଶହ ଯୋଗୀ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।ସୂଚନା ଅନୁଯାୟୀ ୨୦୨୩ମସିହା ରେ ତଳ ମୂଳ ଶାସନ ର ଦୁଇ ପରିବାର ମଧ୍ୟ ରେ ଜମି ବାଡି କୁ କେନ୍ଦ୍ର କରି ଗଣ୍ଡ ଗୋଳ ହୋଇଥଲା ୨୦୨୩ମସିହାରେ ଅଭିଯୋଗ କୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଥଲା।ଉକ୍ତ ମାମଲା ରେ ବଅଁରପାଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସାକ୍ଷ୍ୟ ପ୍ରମାଣ ଆଧାର ରେ ୮ଜଣ ଙ୍କୁ ଦଣ୍ଡିତ କରିଛନ୍ତି। ପ୍ରତ୍ୟେକ ମଦୁଲାଙ୍କୁ ବିଚାରପତି ସାମାଜିକ ଓ ଆର୍ଥିକ ପରିସ୍ଥିତିକୁ ଦେଖି ପୁନଃବାସନ ଆଇନ ଅନୁଯାୟୀ ମୁଦୁଲାଙ୍କୁ ମୁକ୍ତ କରିବା ସହିତ ପ୍ରତ୍ୟେକ ମୁଦୁଲାଙ୍କୁ ୩ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡାଦେଶ ଶୁଣାଇଛନ୍ତି lଏହି ମୋକଦମାକୁ ସରକାରୀ ଓକିଲ ଅଭିଳାଷ ମଲ୍ଲିକ, ଦୁଷ୍ମନ୍ତ କୁମାର ସେନାପତି ଓ କାଳୀ ଚରଣ କର ସରକାରଙ୍କ ତରଫରୁ ମାମଲା ପରିଚାଳନା କରିଥିଲେ।
