ଆବର୍ଜନା ପକାଉଥିବା ବେପାରୀଙ୍କ ଦୋକାନକୁ କଲେ ସିଲ୍
ରାସନ ଦୋକାନ କରବେ ବୋଲି ପୌରପାଳିକା ଠାରୁ ଦୋକାନ ଘର ନେଲେ । ହେଲେ ସେହି ଦୋକାନରେ ମଦ ବିକିବା ସହ ଦୋକାନ ଭିତରେ ମଦ ପିଇ , ଚାଖଣା ଖାଇ ଦୋକାନ ଆଗରେ ଆବର୍ଜନା ଗଦା କଲେ । ଏଥିପାଇଁ ଆଜି ନୂଆଁକରି ଆସିଥିବା ପୌର ନିର୍ବାହୀ ଅଧିକାରୀ ଦୋକାନରେ ଚଢ଼ାଉ କରି ଦୋକାନକୁ ସିଲ କରିଦେଲେ । ସୂଚନା ଯେ, ଅନୁଗୋଳ ପୁରୁଣା ବସଷ୍ଟାଣ୍ଡ ନିକଟରେ ରହିଥିବା ମର୍କେଟ କମ୍ପ୍ଲେକ୍ସର ଏକ ନିର୍ଦିଷ୍ଟ ସ୍ଥାନରେ ପ୍ରତ୍ୟେକ ଦିନ କୁଢ଼ କୁଢ଼ ଆବର୍ଜନା ପଡୁଥିବା ଅଭିଯୋଗ ହୋଇଥିଲା । ଯେଉଁଥିରେ ଅଧିକ ପ୍ଲାଷ୍ଟିକ ଆବର୍ଜନା ରହିଛି । ଏଥିପାଇଁ ଆଜି ପୌର ନିର୍ବାହୀ ଅଧିକାରୀ ସକାଳୁ ଏହି ଆବର୍ଜନା ପକାଉଥିବା ଦୋକାନରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସରକାରୀ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ପାଖରେ ଥିବା ଏକ ରାସନ ଦୋକାନରେ ମଦ ବିକ୍ରି କରୁଥିବା ସହ ସେହି ଦୋକାନ ଭିତରେ ବସି ମଦ ପିଉଥିବା ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ସେଠାରେ ପ୍ଲାଷ୍ଟିଲ ଗ୍ଲାସ , ପ୍ଲାଷ୍ଟିକ ଜରି ପକାଇ ଆବର୍ଜନା କରୁଛନ୍ତି । ଏଥିପାଇଁ ପୌର ନିର୍ବାହୀ ଅଧିକାରୀ ଦୋକାନକୁ ସିଲ କରିବା ସହ କାରଣ ଦର୍ଶଅ ନୋଟିସ ଦେଇଛନ୍ତି ।
