• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ଜଗତସିଂହପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟଳୟା ରେ ସୂଚନା ମାଗିଲେ ମିଳୁନି ସୂଚନା

Bymamatanews

Feb 25, 2025
Spread the love


ଜଗତସିଂହପୁର ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କୁ ସୂଚନା ଅଧିକାର ଆଇନି ଦ୍ୱାରା ସୂଚନା ପାଇବା ନିମନ୍ତେ ବାରମ୍ବାର ଆସି ଥିଲେ ମଧ୍ୟ୍ୟ କୌଣସି ସୂଚନା ମିଳୁନି ବରଂ ସୂଚନା କର୍ମୀ କୁ ଶାରୀରିକ, ମାନସିକ ନିର୍ଯାତନା ମିଳୁଛି ବୋଲି ସଙ୍ଗିନୀ ଅଭିଯୋଗ ଆଣିଛନ୍ତି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅହମ୍ମଦାବାଦ ଗ୍ରାମର ରାଜ କିଶୋର ପ୍ରଧାନ | ରାଜ କିଶୋର ଘରେ ଅନୁପସ୍ଥିତ ଥିବା ସମୟରେ ପଡିଶା ଘର ଲୋକେ ରାଜ କିଶୋର ଙ୍କ ବାଡିରୁ ବଳପୁର୍ବକ ଜୀବିତ ଗଛ କାଟି ନେଇଥିଲେ | ଏ ସମ୍ପର୍କ ରେ ରାଜ କିଶୋର ତିର୍ତ୍ତୋଲ ଥାନାରେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ | ହେଲେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ |ଏ ସମ୍ପର୍କ ରେ ରାଜକିଶୋର ସୂଚନା ଅଧିକାର ଆଇନି ବଳରେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ସୂଚନା ମାଗିଥିଲେ |ହେଲେ ଯଥା ସମୟରେ କିଛି ସୂଚନା ରାଜ କିଶୋର ମିଳିନଥିଲା | ପରବର୍ତ୍ତୀ ସମୟରେ ରାଜ କିଶୋର ସୂଚନା ପାଇବା ନିମନ୍ତେ ଜ଼ିଲ୍ଲା ଆରକ୍ଷୀ ଅଧକ୍ଷକ ଙ୍କ ନିକଟରେ ଅପିଲ ମଧ୍ୟ୍ୟ କରିଥିଲେ | ହେଲେ ହି୍ୟରିଙ୍ଗ ନିମନ୍ତେ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅନୁପସ୍ଥିତ ଥିବାରୁ ରାଜକିଶୋର ଶାରୀରିକ ଓ ମାନସିକ ନିର୍ଯାତନା ର ଶିକାର ହୋଇଥିବା ସଂକ୍ରାନ୍ତ ରେ ଗଣମାଧ୍ୟମ ପ୍ରତିନିଧି ଙ୍କ ନିକଟରେ ଅଭିଯୋଗ କରିଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *