ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମରେ ଅଘଟଣ। କାନ୍ଥ ଖୋଳୁ ଥିବା ବେଳେ କାନ୍ଥ ଜଣେ ମୃତ। ମୃତକ ଜଣ ଙ୍କ ହେଲେ ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମର ସ୍ଵର୍ଗତ ଧନେଶ୍ୱର ଚାମ୍ପିଆଙ୍କ ପୁଅ ମହେନ୍ଦ୍ର ଚାମ୍ପିଆ (୨୨) । ସୂଚନା ଯେ, ଗତ କାଲି ସକାଳ ୯ ଘଟିକା ସମୟରେ କଂସର ଗ୍ରାମରେ ତିନି ଜଣ ଶ୍ରମିକ ମିଶି କାନ୍ଥ ଖୋଳୁ ଥିଲେ। କାନ୍ଥ ଖୋଳୁ ଥିବା ବେଳେ ହଠାତ୍ କାନ୍ଥ ଶ୍ରମିକ ମାନଙ୍କ ଉପରେ ମାଡି ବସିଲା। ଦୁଇ ଜଣ ଶ୍ରମିକ ସୁରକ୍ଷିତ ସହ ବାହାରି ଯାଇଥିଲେ। କିନ୍ତୁ ମହେନ୍ଦ୍ର ବାହାରି ପାରି ନଥିଲା। ଯାହା ଫଳରେ ଗୁରୁତର ଅବସ୍ଥାରେ ମହେନ୍ଦ୍ର ଙ୍କୁ ଖମାର ଚିକିତ୍ସାଳୟ ରେ ଭର୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ମହେନ୍ଦ୍ର ଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ମହେନ୍ଦ୍ର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ କରାଯିବା ପରେ ପୋଲିସ ତଦନ୍ତ ଆରମ୍ଭ କରି କରିଛି।
