• Wed. Oct 29th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କୁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Bymamatanews

Mar 25, 2025
Spread the love

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନିକଟ ନୂଆହତା ର ସବେରା ମଣ୍ଡପ ଠାରେ ମଙ୍ଗଳବାର ସକାଳ ସମୟରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଓ ଢେଙ୍କାନାଳ ର ଶିଳ୍ପପତି ତଥା ସମାଜସେବୀ ଗଙ୍ଗାଧର ସାମଲ ଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ସମଗ୍ର ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ରୁ ଦଳ ମତ ନିର୍ବିଶେଷରେ ବ୍ୟକ୍ତି ବିଶେଷ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଚିର ସ୍ମରଣୀୟ ହୋଇ ରହିବେ ଡ଼ଃ ଦେବେନ୍ଦ୍ର ପ୍ରଧାନ : ସମାଜସେବୀ ଗଙ୍ଗାଧର ସାମଲ

ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଡ଼ଃ ପ୍ରଧାନ ଙ୍କର ବିୟୋଗ ସମଗ୍ର ଅନୁଗୁଳ ଜିଲ୍ଲା, ଓଡିଶା ପ୍ରଦେଶ ଓ ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି କହିବା ସହ ଜଣେ ସ୍ପଷ୍ଟ ବାଦୀ, ଅମାୟିକ ବ୍ୟକ୍ତିତ୍ୱ, ଦୃଢ଼ ସଂଗଠକ, ସମସ୍ତ ଙ୍କର ପ୍ରିୟ, ଦରଦୀ ମଣିଷ ଦଳ ମତ ନିର୍ବିଶେଷରେ ସମସ୍ତ ଙ୍କର ପ୍ରିୟ ଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ କରିଥିଲେ। ସମାଜସେବୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଉପବାଚସ୍ପତି ପୁତ୍ର ଅରୁଣାଭ ସିଂହ, ଖଡକପ୍ରସାଦ ସରପଞ୍ଚ ରିନା ବେହେରା, ନୂଆହତା ସରପଞ୍ଚ ପ୍ରତିନିଧି ଅଶୋକ ଧିର, ଗଡ଼ ବୁଢ଼ାପଙ୍କ ପୂର୍ବତନ ସରପଞ୍ଚ ଉତ୍ସବ ଦେହୁରୀ, ଓଡ଼ାପଡ଼ା ବିଜେପି ନେତ୍ରୀ ସବିତା ନାଏକ, ଓଡ଼ାପଡ଼ା ବିଜେପି ମଣ୍ଡଳ ସଂଗଠକ ରବିନାରାୟଣ ସାହୁ,, ନରେନ୍ଦ୍ର ସାହୁ, ବିନୋଦ ସାହୁ, କଳ୍ପତରୁ ମହାନ୍ତି, ଇନ୍ଦ୍ରମଣି ସ୍ଵାଇଁ, ପ୍ରକାଶ ସିଂହ, ମହେଶ୍ଵର ବେହେରା, ଦୁଇ ଜିଲ୍ଲାର ସାମ୍ବାଦିକ ମହୋଦୟ ମାନଙ୍କ ସହ ସ୍ଥାନୀୟ ଅଞ୍ଚଳର ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *