ଡ଼ଃ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୋଇଲା ମନ୍ତ୍ରୀ, ନବୀନ ଜିନ୍ଦଲ ଓ ବିଭିନ୍ନ ରାଜ୍ୟର ମନ୍ତ୍ରୀ
ତାଳଚେର (୨୫/୦୩/୨୦୨୫) : ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରାକ୍ତନ ବିଜେପି ରାଜ୍ୟ ସଭାପତି ଓଡିଶା ବିଜେପି ର ପ୍ରାଣ ପ୍ରତିଷ୍ଠାତା ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କର ବିୟୋଗରେ ସମଗ୍ର ଦେଶରୁ ବିଭିନ୍ନ ଅଂଚଳ ରୁ ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ,ସାଂସଦ,ବିଧାୟକ,ପ୍ରାକ୍ତନ ମନ୍ତ୍ରୀ, ବିଧାୟକ, ସାଂସଦ, ବିଜେପି ସାଙ୍ଗଠନିକ ନେତୃତ୍ୱ,ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି,ବିଭିନ୍ନ ସଂଗଠନ ର ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରର ପ୍ରଶାସନିକ ଅଧିକାରୀ ତାଳଚେର ଆସି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି।ଆଜି ମଙ୍ଗଳବାର ଡ଼ଃ ପ୍ରଧାନ ଙ୍କର ଦେହାବସାନ ର ନବମ ଦିନରେ ତାଙ୍କର ତାଳଚେର ହାଣ୍ଡିଧୂଆଁ ନିବାସ ସମ୍ପୂର୍ଣ ଭାବେ ଦିନ ତମାମ ଲୋକାରଣ୍ୟ ରହିଥିବା ର ଦେଖିବାକୁ ମିଳିଛି |ଦେଶର ବିଭିନ୍ନ ରାଜ୍ୟରୁ ଶହ ଶହ ସଂଖାରେ ବିଶିଷ୍ଟ ବ୍ୟକ୍ତି ଙ୍କର ସୁଅ ଛୁଟୁଛି ଡ଼ଃ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ |ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପରିବାର କୁ ଭେଟି ସମବେଦନା ଜଣାଇଛନ୍ତି |ସେହିପରି କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ |ତ୍ରିପୁରା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ବିପ୍ଳବ ଦେବ ଆସି ଶ୍ରଦ୍ଧାଞ୍ଜଳି ଦେଇଥିଲେ |ସାଂସଦ ତଥା ଶିଳ୍ପପତି ନବୀନ ଜିନ୍ଦଲ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି | ବିହାର ର ନଗର ଉର୍ନ୍ନୟନ ମନ୍ତ୍ରୀ ଜିବେଶ କୁମାର ଓ ଜଳ ଯୋଗାଣ ମନ୍ତ୍ରୀ ନିରଜ ସିଂହ ବବଲୁ, ସାଂସଦ କିରନ ଚୌଧୁରୀ, ସାଂସଦ କାର୍ତ୍ତିକ ଶର୍ମା, ସାଂସଦ ଡ଼ଃ ଅନିଲ ଗୁପ୍ତା, ସାଂସଦ ଧର୍ମବୀର ସିଂହ ଚୌଧୁରୀ, ଏମ ଏଲ ସି ଅଶୋକ କାଟରିଆ,ଏମ ଏଲ ସି ଶରତ ଗର ,ବିଧାୟକ ଯୋଗେନ୍ଦ୍ର ରାଣା
ସିନିୟର ଲିଡର ବିଜେପି ସୁଦର୍ଶନ ସୋଲାଙ୍କି
ସିନିୟର ଲିଡର ବିଜେପି ଅଶୋକ ଗୁଜର ଙ୍କ ସମେତ ଶତାଧିକ ବିଜେପି ର ସାଙ୍ଗଠନିକ କର୍ମକର୍ତା ରାଜ୍ୟ ବାହାରୁ ଆସି ଡ଼ଃ ପ୍ରଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ତାଙ୍କର ମାତା ବସନ୍ତ ମଞ୍ଜରୀ ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ,କେନ୍ଦ୍ରମନ୍ତ୍ରୀ ଙ୍କ ବଡ଼ଭାଇ ସୌମେନ୍ଦ୍ର ପ୍ରଧାନ, ଓ ତାଙ୍କ ଧର୍ମପତ୍ନୀ ସାରଳା ପ୍ରଧାନ ଓ ପରିବାର ବର୍ଗ ଙ୍କୁ ଭେଟି ସମବେଦନା ଜଣାଇ ଥିଲେ।ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସଂପାଦକ ସିମାଞ୍ଚଳ ଖଟେଇ ଓ ସାରଦା ପ୍ରସାଦ ଶତପଥୀ , ସଂଘ ର ଜିଲ୍ଲା କାର୍ଯ୍ୟବାହ ଅନିଲ ମହାନ୍ତି, ଅନୁଗୁଳ ବିଧାୟକ, ପ୍ରତାପଚନ୍ଦ୍ର ପ୍ରଧାନ,ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା,ବରିଷ୍ଠ ନେତା କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ଜିଲ୍ଲା ସଭାପତି ଡିକେଶ୍ୱର ପ୍ରଧାନ, ଯ଼ୋନାଲ ମିଡ଼ିଆ ସେଲ ପ୍ରଭାରୀ ପର୍ଶୁରାମ ବାରିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |





















