ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଜିଲ୍ଲା କଣ୍ଟିଲୋଠାରେ ‘‘ଭାରତ ବିଶ୍ୱାବସୁ ଶବର ସମାଜ’’ ପ୍ରତିଷ୍ଠା ଦିବସ ଉପଲକ୍ଷେ ଯୋଗଦେଇଛନ୍ତି। ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ମହୋଦୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କର ଆଗମନ, ଏହି ସମାରୋହକୁ ଆହୁରି ଭବ୍ୟ ଏବଂ ସୁରମ୍ୟ କରିଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


ଆଦିମ ଜନଜାତି ଶବର, ବନବାସୀ ସଂପ୍ରଦାୟ ଓଡ଼ିଶାର ପ୍ରାଚୀନ ଅଧିବାସୀ। ଜନଜାତି ଭାଇ ଭଉଣୀମାନେ ଆମ ବିକାଶର ବାର୍ତ୍ତାବହ ହେବେ। ଏହି ଅନୁଷ୍ଠାନ ଓ ଏ ଅଞ୍ଚଳର ବିକାଶ କରାଯିବ। ଏଥିସହ ଜନଜାତି ସମ୍ପ୍ରଦାୟଙ୍କ ଉଚ୍ଚ ପରମ୍ପରା ଓ ଐତିହ୍ୟର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି। ଜଙ୍ଗଲ ଜମି ଅଧିକାର ପ୍ରଦାନ ବଳରେ ସେମାନଙ୍କୁ ସଶକ୍ତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
ଏହି ଅଞ୍ଚଳ କିପରି ଦେଶୠ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ସେଥିନେଇ ଆମର ଉଦ୍ୟମ ଜାରି ରହିବ। ମନ୍ଦିରର ଉନ୍ନତି, ସୌନ୍ଦର୍ଯ୍ୟକରଣ ଓ ପରିଚାଳନା ପାଇଁ ଟଙ୍କାର ଅଭାବ ରହିବ ନାହିଁ। ଜିଲ୍ଲାପାଳଙ୍କୁ ମଧ୍ୟ ପୁନର୍ବାର ଏକ DPR ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି, ଏହି ନୀଳମାଧବ କ୍ଷେତ୍ରକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ, ଧାର୍ମିକ ସ୍ଥଳ କରିବା ପାଇଁ ଯାହା ଆବଶ୍ୟକ ହେବ ଆମ ସରକାର ଆଗାମୀ ଦିନରେ ସବୁ କରିବେ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
