ଶିକାରି ଗୁଳି ରେ ଫରେଷ୍ଟ ଗାର୍ଡ ମୃତ ଘଟଣାରେ ଆଜି ସମସ୍ତ ଫରେଷ୍ଟ କର୍ମଚାରୀ ଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ମୃତ ଦେହ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଢେଙ୍କାନାଳ ସଂସାଦ ରୁଦ୍ରନାରାୟଣ ପାଣି, ହିନ୍ଦୋଳ ବିଧାୟିକା ସିମା ରାଣୀ
ନାଏକ, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରମୁଖ ପହଞ୍ଚି ମୃତକଙ୍କ ପରିବାର ଙ୍କୁ ସମବେଦନା ଜଣାଇଥିଲେ।
ଗାର୍ଡଙ୍କ ମୃତଦେହ ବ୍ୟବଚ୍ଛେଦ ପରେ RCCF କାର୍ଯ୍ୟାଳୟ ପରିସରରେ ଦିଆଗଲା ଶ୍ରଦ୍ଧାଞ୍ଜଳି । PCCF (Wild life) ପି.କେ ଝାଙ୍କ ସହ RCCF ସଞ୍ଜୟ ସ୍ୱାଇଁ, ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ଅନୁଗୋଳ ବନଖଣ୍ଡ ଅଧିକାରୀଙ୍କ ସହ ବରିଷ୍ଠ ବନବିଭାଗ ଅଧିକାରୀ ଓ କର୍ମଚାରୀ ମୃତକ ଫରେଷ୍ଟଗାର୍ଡଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏ ପଟେ ଗାର୍ଡ ଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଥିବା ନେଇ PCCF ସୂଚନା ଦେଇଛନ୍ତି ।
 
            
