• Fri. Oct 31st, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପାନୀୟ ଜଳ ଯୋଗାଣ ପାଇଁ ଗ୍ରାମ ରାସ୍ତା ଅବରୋଧ କଲେ ବସ୍ତି ବାସିନ୍ଦା

Bymamatanews

May 25, 2025
Spread the love

ଡ୍ରେନ୍ ନିର୍ମାଣ ଠିକା ସଂସ୍ଥା ମନମୁଖୀ କାର୍ଯ୍ୟ କୁ ଦୋଷାରୋପ କଲେ ଜନସାଧାରଣ

ଏପରି ସମସ୍ୟା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତ ପାଟଣା ସାହିରେ । ଏହି ବସ୍ତିରେ ୭୦ ପରିବାର ବସବାସ କରୁଛନ୍ତି। ଜନ ସଂଖ୍ୟା ୪୦୪ ରହିଛି। କୁଅ ଓ ନଳକୂପ ଗୋଟିଏ ଲେଖାଏଁ ରହିଛି। କୁଅ ଶୁଖି ଯାଇଥିବା ବେଳେ ନଳକୁପରେ ଦୈନିକ ୨ ରୁ ୩ ହାଣ୍ଡି ପାଣି ବାହାରୁଛି। ଏ ନେଇ ଗ୍ରାମର ଗ୍ରାମବାସୀ ଙ୍କ ନେତୃତ୍ୱରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ସହ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଓ ମୌଖିକ ଭାବେ ମଧ୍ୟ ଜଣାଇଛନ୍ତି। ସରକାରଙ୍କ ଦ୍ଵାରା ଯେଉଁ ପାନୀୟଜଳ ଯୋଗାଣ କରାଯାଇଛି ତାହା ଅକାମୀ ହୋଇଛି। ଗ୍ରାମରେ ଚାଲିଥିବା ନୂତନ ଡ୍ରେନ କାମ ପାଇଁ ପାଣି ପାଇପ ଲାଇନ ଉଛେଦ କରାଯାଇଥିବାରୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି। ଏନେଇ ବସ୍ତି ବାସିନ୍ଦା ଧାରଣା ଦେବାର ପ୍ରଶାସନ ଅବଗତ ହେବାପରେ। ଗ୍ରାମବାସୀ, ଠିକ ସଂସ୍ଥା, ଓ ପ୍ରସାଶନିକ ଅଧିକାରୀ ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା କି ଡ୍ରେନ୍ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ବସ୍ତିବାସିନ୍ଦାଙ୍କୁ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯିବ। ଏହାପରେ ରାସ୍ତା ଅବରୋଧ ଓହରି ଯାଇଥିଲେ ବସ୍ତି ବାସିନ୍ଦା।

Leave a Reply

Your email address will not be published. Required fields are marked *