ବର୍ଷ ବର୍ଷ କିସ୍ତି ଟଙ୍କା ସୁଝା ଯାଇଥିଲେ ମଧ୍ୟ ମୁଖ୍ୟ ଖାତାରେ ଚଢୁନଥିବା ଅଭିଯୋଗ
ଏହିପରି ଅଭିଯୋଗ ଆସିଛି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ର ବୁଢ଼ାପଙ୍କ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାମଲ ନାମକ ଜଣେ ବ୍ୟକ୍ତି ଆଜି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ବିଗତ ଏକ ବର୍ଷ ହେବ Northern Arc Pvt Ltd finance ରୁ ସେ ୪୭,୭୦୦ ଟଙ୍କା ଲୋନ କରି ମାସିକ ୨୧୨୨ ଟଙ୍କା ଲେଖାଏଁ ତିନି ବର୍ଷ ଯାଏଁ ଶୁଝିବା ପାଇଁ ଲୋନ କରିଥିଲେ । କିନ୍ତୁ କିସ୍ତି ଟଙ୍କା କମ୍ପାନୀର କର୍ମଚରୀ କଳ୍ପତରୁ ପ୍ରଧାନ ଓ ଚିତ୍ତ ରଞ୍ଜନ ବେହେରା ଗ୍ରାହକ ପୂର୍ଣ୍ଣଙ୍କ ଠାରୁ ଡିପୋଜିଟ ପାଇଁ ଟଙ୍କା ନେଇଥିଲେ । ଏନେଇ ପୂର୍ଣ୍ଣଚନ୍ଦ୍ରଙ୍କୁ କମ୍ପାନୀ ମ୍ୟାନେଜର ଫୋନ୍ କରି ଟଙ୍କା କାହିଁକି ଡିପୋଜିଟ୍ କରୁନାହାନ୍ତି କହି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଚାଲିଥିଲେ । ଯାହା ଫଳରେ ଉପରୋକ୍ତ ଦୁଇ ଜଣ କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପରେ ସେମାନେ କମ୍ପାନୀ ରେ ଫୋନ୍ ପେ ମାଧ୍ୟମରେ ଟଙ୍କା ଡିପୋଜିଟ୍ କରିଥିବା ନେଇ ପ୍ରମାଣ ଦେଖାଇଛନ୍ତି। ପୂର୍ଣ୍ଣଚନ୍ଦ୍ର ଶେଷରେ ନିରାଶ ହୋଇ ନ୍ୟାୟ ପାଇଁ କମ୍ପାନୀ କର୍ମଚାରୀ ମାନଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି।

