
ଅଭୟ କୁମାର ସାମଲ ସଭାପତି ଭାବେ ନିର୍ବାଚିତ

ଅନୁଗୁଳ: ଅନୁଗୁଳ ଜିଲା ହାବିଲଦାର, କନେଷ୍ଟବଳ ଶାଖା ସଂଘର ନିର୍ବାଚନ ଗତ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ୨୦୨୫-୨୭ ପର୍ଯ୍ୟନ୍ତ ଏହି ସଂଘ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ୪ଟି ଦଳ ଏଥୁରେ ପ୍ରତିଦ୍ବନ୍ଦୀତ୍ଵ କରିଥିଲେ I

ଗତ କାଲି ହୋଇଥିବା ଏହି ସଂଘ ନିର୍ବାଚନରେ ଅଭୟ କୁମାର ସାମଲ ସଭାପତି ହୋଇଥିବା ବେଳେ ଉପସଭାପତି ଭାବେ ରଞ୍ଜନ ପ୍ରଧାନ ନିର୍ବାଚିତ ହୋଇଥିଲେ। ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର କିଷାନ ,ଗୁରୁଦେବ ସାହୁ,ଅଶୋକ କୁମାର ପଲେଇ ସହ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ଟୁକୁନା ସାହୁ ଏବଂ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଅଲେଖ ସାହୁ, ଅଟଳ ବିହାରୀ ନାୟକ,ପ୍ରମିଳ ୟକ,ପ୍ରମିଳା ମାଝୀ, ମଞ୍ଜନ କୁମାର ନାୟକ,ରୋହିତ କୁମାର ମାଝୀ ପ୍ରମୁଖ । ନିର୍ବାଚିତ ହୋଇଛନ୍ତି।
