• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ମୁଖ୍ୟମନ୍ତ୍ରୀଙ୍କ ଅବିକଳ ଚେହେରା ଦେଖି ଲୋକେ ଚକିତ |

Bymamatanews

Sep 25, 2024
Spread the love

ଚା ଦୋକାନ ରେ ପ୍ରବଳ ଭିଡ଼ କମିବା ନାମ ଧରୁନି

ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭଳି ଅବିକଳ ଚେହେରା ନେଇ ଜଣେ ବ୍ୟକ୍ତି ବର୍ତମାନ ଚର୍ଚ୍ଚାରେ । ଜଗତସିଂହପୁର ଅଞ୍ଚଳର ଉମେଶ କୁମାର ସାହୁ ଶ୍ରଦ୍ଧା ରେ କାହ୍ନା ବୋଲି ସମସ୍ତେ ଡାକନ୍ତି |

ଜଗତସିଂହପୁର ନିର୍ବାଚନ ମଣ୍ଡଳି ପୁନଙ୍ଗ ପଞ୍ଚାୟତ ରେ ଉମେଶ କୁମାର ସାହୁ ଙ୍କ ଘର | ଚା ଦୋକାନ କରି ପରିବାର ଭରଣ ପୋଷଣ କରେ | ପ୍ରଥମ ରୁ ଉମେଶ ବିଜେପି ଦଳର ଦୃଢ଼ ସମର୍ଥକ |ଚ ୟେଳିତ ନିର୍ବାଚନ ରେ ବିଜେପି ପ୍ରାଥୀ ଅମରେନ୍ଦ୍ର ଙ୍କୁ ଜିତାଇବାରେ ଉମେଶ ଙ୍କ ର ଯଥେଷ୍ଟ ଭୁମୁକା ରହିଛି | ଉମେଶ ର ବେଶଭୁଷା ଓ ଚେହେରା ଓ ରଙ୍ଗ ଢ଼ଙ୍ଗ ଚାଲି ଚଲଣ କୁ ଦେଖିଲେ ଲାଗୁଛି ସତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲା କୁ ଆସିଛନ୍ତି ଜାହା ଅବିକଳ ଚେହେରା ମୁଖ୍ୟମନ୍ତ୍ରୀ ଙ୍କ ସହିତ ମିଶି ଯାଉଛି । ଯେତେବେଳେ ଉମେଶ ଘରୁ ପଦାକୁ ମୁଖ୍ୟମନ୍ତ୍ରୀ ଙ୍କ ଭଳି ସାଜସୁଜା ହୋଇ ବାହାରି ପଡ଼ନ୍ତି ସେତେବେଳେ ଲୋକଙ୍କ ଭିଡ଼ ଜମୁଛି ।ସହ ସହ ଲୋକ ଉମେଶ ଙ୍କ ସହିତ ସେଲ୍ଫି ଉଠଉଛନ୍ତି । ଉମେଶ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାରେ ଥିବା ବେଳେ।ଯିଏ ବି ଦେଖୁଛି ଭ୍ରମରେ ପଡି ଯାଉଛି ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *