• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସାତ ମାସ ହେବ ଦରମା ନମିଳିବାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଦେଲେ ମହିଳା ସଂଗଠନ

Bymamatanews

Sep 25, 2024
Spread the love

ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଲେ ମହିଳା ସଦସ୍ଯ

ଅନୁଗୋଳ ଜିଲ୍ଲାର ଏମବିକେ, ବ୍ୟାଙ୍କ୍ ମିତ୍ର, ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର ଏବଂ ଏଲଏସପି ଙ୍କର ସମସ୍ତ କର୍ମଚାରୀ ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଯେ, ଛଅ ଗୋଟି କମ୍ୟୁନିଷ୍ଟ ସପୋର୍ଟ ଷ୍ଟାଫ ମାନଙ୍କର ଦୀର୍ଘ ବାର ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସରକାରଙ୍କର ସମସ୍ତ ଯୋଜନା କାର୍ଯ୍ୟ ତୃଣ ମୂଳ ସ୍ତରରେ କାର୍ଯ୍ୟ କରୁଛନ୍ତି।

ଦୁଃଖ ଏବଂ ପରିତାପର ବିଷୟ ଯେ, ଦୀର୍ଘ ସାତ ମାସ ହେବ ଉପରସ୍ଥ ଅଧିକାରୀଙ୍କୁ ଜଣାଇଲେ ମଧ୍ଯ ଦରମା ମିଳୁ ନାହିଁ। ବାଧ୍ୟ ହୋଇ ଆଜି ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଦାବି ଶୀଘ୍ର ପୁରଣ ନହେଲେ ରାଜ ରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ମଧ୍ୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *