• Tue. Oct 28th, 2025

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ପକ୍କା ରାସ୍ତା ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Bymamatanews

Sep 25, 2024
Spread the love

ଅନୁଗୋଳ ବ୍ଲକ ନୁଆମୌଜା ପଞ୍ଚାୟତ ପଞ୍ଚମହଲା ଗ୍ରାମ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ଗ୍ରାମ ରାସ୍ତାକୁ ଅବରୋଧ କରି ଚଳପ୍ରଚଳ ବନ୍ଦ କଲେ ଗ୍ରାମବାସୀ। ସୂଚନା ଯେ, ନୁଆମୌଜା ପଞ୍ଚାୟତ ଅଧିନରେ ଆସୁଥିବା ପଞ୍ଚମହଲା ଗ୍ରାମର ମୁଖ୍ୟ ରାସ୍ତା (୫୫ ନମ୍ୱର ଜାତୀୟ ରାଜପଥରୁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା) ଉପରେ ଭାରିଯାନ ଚଳାଚଳ ହେବାରୁ ରାସ୍ତାଟି ଆଣ୍ଠୁଏ ଗଭୀର ଖାଲ ହେବାରୁ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି।

ଯାହା ଫଳରେ ଗ୍ରାମବାସୀ ମାନେ ନିଜର କାର୍ଯ୍ୟ କୁ ଯିବା ପାଇଁ, ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ଯିବା କୁ, ଦେହ ଖରାପ ହେଲେ ଆମ୍ବୁଲାନ୍ସ ଯିବା ପାଇଁ ବାଧା ହେବାରୁ ଗ୍ରାମବାସୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ପଞ୍ଚମହଲା ଗ୍ରାମବାସୀ ବିଡ଼ିଓ, ତହସିଲଦାର ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଗ୍ରାମକୁ ବଡ ଗାଡି ଚଳାଚଳକୁ ପ୍ରବେଶ ନିଷେଧ କରିବା ସହିତ ପକା ରାସ୍ତା ପାଇଁ ଦାବି କରିଥିଲେ।

Leave a Reply

Your email address will not be published. Required fields are marked *