• Wed. Feb 25th, 2026

Mamata News

ଆପଣଙ୍କ ସ୍ବର ଆମ ମାଧ୍ୟମ

ସୁସ୍ଥ ନାରୀ ଏବଂ ସଶକ୍ତ ପରିବାର’ ଅଭିଯାନ ରକ୍ତ ଦାନ ଶିବିର ଅନୁଷ୍ଠିତ

Bymamatanews

Sep 25, 2025
Spread the love

ଅନୁଗୋଳ : ସୁସ୍ଥ ନାରୀ ଏବଂ ସଶକ୍ତ ପରିବାର’ ଅଭିଯାନ ଅଧୀନରେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶସନ, ଅନୁଗୋଳର ମିଳିତ ଆନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓଡିଶା ରକ୍ତ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାଃ ମଦନ ମୋହନ ପ୍ରଧାନ, ପ୍ରଭାଗାୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଇତିଶ୍ରୀ ଗାଗରାଇ, ଜିଲ୍ଲା ଶ୍ରମ ଅଧିକାରିଣୀ (କଲ୍ୟାଣ) ଶ୍ରୀମତା ଲିରିକା ରାୟ, ଜିଲ୍ଲା ଶ୍ରମ ଅଧୀକାରିଣୀ (ପ୍ରବର୍ତ୍ତନ) ଶ୍ରୀମତୀ ପ୍ରିୟମ୍ବଦା ସ୍ବାଇଁ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଦେବ ପ୍ରସାଦ ମହାନ୍ତିଙ୍କ ସମେତ ଶ୍ରମ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯାନରେ ୭୫ ଜଣ ମହିଳା ନିର୍ମାଣ ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରିକ୍ଷା କରିବା ସହିତ ୧୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

Leave a Reply

Your email address will not be published. Required fields are marked *