ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ମହିଳା ମଙ୍ଗଳବାର ଦିନ ଥାନାରେ ଅଭିଯୋଗ କରିଥିଲେ କି ତାଙ୍କ ୧୩ ବର୍ଷର ଝିଅ ନବମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଯାଇଥିବା ବେଳେ ଅପହରଣ ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ସୂଚନା ଅନୁଯାୟୀ ପରୀକ୍ଷା ଥିବାରୁ ଝିଅ ପରୀକ୍ଷା ଦେଇ ଯାଇଥିବା ବେଳେ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନଥିଲା । ଯାହା ଫଳରେ ପରିବାର ଲୋକ ଚିନ୍ତିତ ହୋଇ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସନ୍ଧାନ ପାଇପାରି ନଥିଲେ ।

ସାନ୍ତରାପୁର ଅଞ୍ଚଳର ୧୯ ବର୍ଷୀୟ ସାଗର ନାମକ ଜଣେ ଯୁବକ ତାଙ୍କ ଝିଅ ପରୀକ୍ଷାରୁ ଫେରୁଥିବା ବେଳେ ତାଙ୍କୁ ଉଠାଇ ନେଇଛି। ଏହା ଶୁଣି ନିଜର ବନ୍ଧୁ ବାନ୍ଧବ ଙ୍କୁ ବୁଝାବୁଝି କରିଥିଲେ ମଧ୍ୟ କିଛି ଖବର ନ ପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କୁ ଗମ୍ଭୀରତା ସହ ନେଇ ତଦନ୍ତକାରୀ ଅଧିକାରିଣୀ ଅର୍ଚନା ନାୟକ ଅଭିଯୁକ୍ତ କୁ ଗିରଫ କରି ପୋସ୍କୋ ଧାରା ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।
